Skip to content
ଶିଶୁ କିଶୋର

କବିତା

ଖାଇବା ଚିନ୍ତାରେ ଜଗତ ମଗନ

ଖାଇବା ଚିନ୍ତାରେ ଜଗତ ମଗନ

ଗଛେ ଚଢିଯାଇ ଏଣ୍ଡୁଅ ଦେଖିଲା
ଅନେକ ପାଚିଲା ଭଣ୍ଡା,
ତୋଳିନେବା ପାଇଁ ଇଚ୍ଛା କରୁଥିଲା
ହାତରେ ନଥିଲା ଖଣ୍ଡା।
ପାଣି ଗୁଣ୍ଡୁରିଟେ ପହଁରୁ ପହଁରୁ
ପାଇଲା ଗେଣ୍ଡାର ଅଣ୍ଡା,
ମଣ୍ଡାପିଠା ପରି ଖୁସିରେ ଖାଇଲା
ପେଟଭୋକ ହେଲା ଥଣ୍ଡା।
ତେଣ୍ଡାପାଖେ ଥାଇ ଧଣ୍ଡ କହୁଥିଲା
ଫଟାଇବ ନାକଦଣ୍ଡା,
ଦରାଣ୍ଡି ଦରାଣ୍ଡି କେରାଣ୍ଡି ଧରିଲେ
ପୂରାଇ ରଖିବ ହଣ୍ଡା।
ଗହୀର ବିଲରୁ ଧାନକେଣ୍ଡା ବୋହି
ମୂଷା ହୋଇଗଲା ଲଣ୍ଡା,
ବଡ଼ ପରିବାର ପୋଷଣ ଚିନ୍ତାରେ
ଝୁଲଇ ତାମୁଣ୍ଡେ ଖଣ୍ଡା।
ଗୁରୁଣ୍ଡି ଗୁରୁଣ୍ଡି ଗୋଧି ଚାଲୁଥିଲା
ହସିଦେଲା ଦେଖି ପଣ୍ଡା,
ଖାଇବା ଚିନ୍ତାରେ ଜଗତ ମଗନ
ବଣରେ ବୁଲଇ ଗଣ୍ଡା।
∎
ସୁଦର୍ଶନ ନଗର
ପୁରୀ-୭୫୨୦୦୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବୀରେନ୍ଦ୍ର ମହାନ୍ତି

02-05-2025 / 20:37:09

ଖୁବ ସୁନ୍ଦର ପିଲାଙ୍କ ମନଛୁଆଁ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion