Skip to content
ଶିଶୁ କିଶୋର

କବିତା

ଆସିଛି ରଜ

ଆସିଛି  ରଜ

ସରି ସରି ଆସେ ଗ୍ରୀଷମ ତାତି
ପୂରି ପୂରି ଯାଏ ଆକାଶ ଛାତି
କାଳିଆ ବଉଦ ଉଠିଲେ ମାତି
ଲୁଡୁ ଖେଳେ ଅଜା ସହିତ ନାତି।।

ଡୁ ଡୁ ବୋହୂଚୋରୀ ବାଗୁଡ଼ି ଖେଳ
ନଈପଠା ତଳେ ପିଲାଏ ମେଳ
ତାଆସ ପଶାରେ ସଭିଏଁ ଭୋଳ
ସବୁଠି ଆନନ୍ଦ ନାହିଁ ତ ଗୋଳ।।

ବରଗଛ ଡାଳେ ଝୁଲଇ ଦୋଳି
ଦୋଳି କଡେ କଡେ ସାଥିଙ୍କ ମେଳି
ନୂଆ ଜାମା ଦେହେ ଭଳିକି ଭଳି
ଗାଁ ଦାଣ୍ଡ ଏବେ ପଡେ ଉଛୁଳି।।

ମାମୁନି ମୁଣ୍ଡରେ ଚନ୍ଦନ ଚିତା
କୁଙ୍କୁମ କପାଳେ ନାଇଛି ମୀତା
ମିଠା ପାନ ଖାଇ ନାଚଇ ଗୀତା
ଭାଉଜ ପାଦରେ ନାଲି ଅଳତା।।

ଘରେ ଘରେ ନାନା ରକମ ମିଠା
ପୋଡପିଠା ମଣ୍ଡା କାକରା ମିଠା
ମାଆ ମାଉସୀଙ୍କ ମନେ ଉତ୍କଣ୍ଠା
ନାହିଁ ତ ରୋଷେଇ ପରିବା କଟା।।

ବରଷକ ପରେ ଆସିଛି ରଜ
ମନେ ଭରି ହସ ଖୁସି ମୁରୁଜ
ଗରିବ ଠୁ ଧନୀ ସଭିଏଁ ସଜ
କରିବାକୁ ହସ ଖୁସି ମଉଜ
ବରଷକ ପରେ ଆସିଛି ରଜ।


∎

ସମ୍ପାଦକ `କଳାମାଣିକ`
ସ୍ମୃତି ନଗର, ବରଗଡ଼
ପିନ୍ -୭୬୮୦୨୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

କୁଞ୍ଜବିହାରୀ ସାହୁ

01-06-2024 / 14:15:10

ଉତ୍କଣ୍ଠା ଶବ୍ଦକୁ କାହିଁକି ବ୍ୟବହାର କରାଗଲା ! କବିତାଟି ସୁନ୍ଦର ତାଳମେଳରେ ଲେଖାହେଇଛି । ବରଗଡରେ ରଜପରବ ବିଷୟରେ କଵିତାଟି ଲେଖା ହେଇଥିଲେ ଭଲ ହେଇଥାଆନ୍ତା ।

ଧୀରେନ ମିଶ୍ର

01-06-2024 / 12:06:33

ଗାଆଁରେ ରଜ ମଉଜ ଆନନ୍ଦଦାୟକ ।କବି ମହାଶୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion