Skip to content
ଶିଶୁ କିଶୋର

କବିତା

କଅଁଳ କାକର ଫୁଲ

କଅଁଳ କାକର ଫୁଲ

ରାତି ଆକାଶରୁ ଖସି ଖସି ଆସେ
କଅଁଳ କାକର ଫୁଲ ।
ଗଛ ପତରରେ ଝୁଲି ଦିଶୁଥାଏ
ସତେ ଅବା କାନଫୁଲ ॥
ଆଉଁଶି ଦିଅଇ କଠିନ ଧରାକୁ
ବତୁରା ପରଶ ଦେଇ ।
ଧୂଳିଆ ଧରଣୀ ଶିହରି ଉଠଇ
ନରମ ପରଶ ପାଇ ॥
ଧୀରେ ନିଶବଦେ ଓଦା ପଣତରେ
ପୋଛି ନିଏ ଧୂଳି ଧୂଆଁ ॥
ସକାଳୁ ସକାଳୁ ସତେଜ ପୃଥିବୀ
ପାଇ ତା` ଆଦର ଛୁଆଁ ॥
ଆ` ଆ` କାକର ସଙ୍ଗାତ ମୋହର
ଛାତି ତଳେ ପଡ ଶୋଇ ।
ଧୋଇ ଦେ` ମନର ମନ୍ଦ କଥା ଯେତେ
ଅସରା ଆବେଗ ହୋଇ ॥

∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Sanjukta parichha

21-06-2024 / 15:08:59

ସହଜ ,ସରଳ ଭାଷାର ସୁନ୍ଦର କବିତାଟିଏ ।

କୁଞ୍ଜବିହାରୀ ସାହୁ

01-06-2024 / 14:10:55

ସରଳ ଶବ୍ଦରେ କବିତାଟ ଲେଖାହେଇଛି । ଭାବ ବି ମଧୁର ଲାଗୁଛି ।

ଲକ୍ଷ୍ମୀକାନ୍ତ ଦଳେଇ

01-06-2024 / 10:54:54

ଅଳ୍ପରେ ବେଶ୍ ସୁନ୍ଦର କବିତା,ଲେଖିକାଙ୍କ ସବୁ କବିତା ଭଳି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion