କବିତା
ରଜମଉଜ

ଭାରି ଛନ ଛନ ହେଲାଣି ମୋ ମନ,
ଆଜି ତ ପହିଲି ରଜ,
ବରଷକେ ଥରେ ମୁହଁ ଦେଖାଇଛି,
ଆସ ହେବା ସଜବାଜ l
ନୂଆବୋହୂ ଆଜି ସଜ କରିଦେବ
ଚନ୍ଦନରେ ଚିତା କାଟି,....
ରଙ୍ଗ ବେରଙ୍ଗର ନୂଆ ଜାମା ପିନ୍ଧି
ଖୁସି ରେ ପଡିବା ଲୋଟି l
କେତେ ପିଠାପଣା କେତେ ଯେ ଉଖୁଡା
ତା ସଙ୍ଗେ ରହିଛି ମୁଢି,
ବୋହୁଚୋରି, ଲୁଡୁ, ତାଆସ ଖେଳକୁ...
ଆକାଶେ ଉଡ଼ିବ ଗୁଡ଼ି l
ଦୋଳି ଖେଳ କଥା କହନା ଆଉରେ....
ଦୋଳି ତାଳେ ତାଳେ ଗୀତ,
ପାଦୁକ, ବଉଳ, ମକର, ସଙ୍ଗାତ...
ଆସ ଆସ ଯେତେ ମିତ l
ଭୁଲି ଭେଦଭାବ ଏ ରଜ ପରବେ
ଅଛି ଯେତେ କଳିଗୋଳ......
ପୋଛିଦେବା ମନୁ ରାଗରୋଷ ସବୁ,
ହୋଇ ଆମେ ଏକ ମେଳ l
∎

ଲେଖା ସମ୍ପର୍କୀୟ ମତାମତ
Sanjukta parichha
21-06-2024 / 15:02:54
ଶିଶୁ ଙ୍କ ପାଇଁ ସୁନ୍ଦର କବିତାଟିଏ ।
ଜୟକୃଷ୍ଣ ସାହୁ
01-06-2024 / 20:19:15
ତନୟା ମାମ୍ ! କଵିତାଟି ଭଲଲାଗିଲା। ଧନ୍ୟବାଦ।
ଧୀରେନ ମିଶ୍ର
01-06-2024 / 17:23:14
ସୁନ୍ଦର ଶିଶୁ ମନଲାଖି କବିତାଟିଏ । କବି ମହାଶୟଙ୍କୁ ଅଶେଷ ଅଭିନନ୍ଦନ ଓ ପ୍ରଣାମ।