କବିତା
ସାଇକେଲ ପାଇଁ ଗୀତ ଟିଏ

ଦୁଇ ଚକରେ ଚାଲେ ସାଇକେଲ
ଚକରେ ପବନ ଥିଲେ
ଚାଳକ ବସି ପେଡାଲ ମାରିଲେ
ସର ସର ହୋଇ ଚାଲେ।
ତେଲପିଏନା ଧୂଆଁ ଛାଡେନା
ପାଦ ବଳରେ ସେ ଯାଏ
ଖରଚ କମ୍ ସବୁରି ଲାଗି
ପାଖ ବାଟକୁ ତା ପାଏ।

ଲେଖା ସମ୍ପର୍କୀୟ ମତାମତ
Jayakrushna Sahu
01-03-2024 / 16:31:25
ଛୋଟ ସାପର ଵେଶୀ ବିଷ ଭଳି ଛୋଟ କଵିତାଟି ବହୁତ ସୁନ୍ଦର ହୋଇଛି। ଧନ୍ୟବାଦ୍ ଭାଇ।