Skip to content
ଶିଶୁ କିଶୋର

କବିତା

ହେଇ ପରା ପୁଷି ଆସୁଛି

ହେଇ  ପରା ପୁଷି ଆସୁଛି

ଘୁଟୁଘୁଟୁ ଚଢ଼ି ବୁଲେଟ ଗାଡ଼ି
କିଏରେ ଇଆଡ଼େ ଆଉଚି ମାଡ଼ି
ହେଇ ପରା ପୁଷି ଆସୁଛି,
ଏକସିଲିଟର ମୋଡ଼ି ଦେଇ ସିଏ
ନିଶକୁ ଫୁଲାଇ ହସୁଛି ।।

ଚୁଉଁ ଚୁଉଁ କରି ଗାତୁଆ ମୂଷା
ପାଖରେ ମୂଷୀଟା ଖସର ଖସା
ଗାଡ଼ି ଆଗକୁ ସେ ଅଇଲା,
ଡ଼ାକ୍ତରଖାନାକୁ ନେଇଯା` ଲୋ ଟିକେ
ବଡ଼ ବିକଳରେ କହିଲା ।।

ଥୁରୁଥୁରୁ କରି ଥରୁଛି ମୂଷୀ
ଦେହରୁ ଝାଳ ତା` ପଡୁଛି ଖସି
ମନେ ଦୟାଭାବ ଜୁଟିଲା,
ଗାଡ଼ି ଅଟକାଇ ଦୁହିଁଙ୍କୁ ବସାଇ
ଆଗକୁ ସେ ପୁଣି ଛୁଟିଲା ।।

ବିଲେଇ ଗାଡ଼ିରେ ମୂଷାଙ୍କ ଯିବା
ଯିଏ ସେ ଦେଖିଲା ହୋଇଲା କାବା
ଏମିତି ହୁଏ କି ସତରେ,
ବିଲେଇ ଡରରେ ମୂଷା ତ ଛାନିଆଁ
ପଶିଯାଏ ପରା ଗାତରେ ।।

ଆସି ପହଞ୍ଚିଲେ ଡାକ୍ତରଖାନା
ପୁଷିନାନୀ କହେ, ହେଇଟି ଅନା
ଭିତରକୁ ଦୁହେଁ ଯିବ,
ଡାକ୍ତର ଦେଖାଇ ଓଷଦ ଲେଖାଇ
ମୋ ବାଟକୁ ଚାହିଁଥିବ ।।

ଘୁଟୁଘୁଟୁ ଚଢ଼ି ବୁଲେଟ ଗାଡ଼ି
ପୁଷି ଚାଲିଗଲା ଧୂଆଁକୁ ଛାଡ଼ି
କିଛି ବେଳ ପରେ ଅଇଲା,
ମୂଷା ଓ ମୂଷୀକୁ ସଙ୍ଗତେ ଘେନିଣ
ତା` ଘରେ ଯତନେ ଛାଡ଼ିଲା।।
∎
ଶିକ୍ଷକ , ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,
କିଶୋରନଗର , ପୋ - ରାଜ କିଶୋରନଗର
ଜି - ଅନୁଗୋଳ, ପିନ୍ - ୭୫୯୧୨୬
ମୋ –୯୪୩୭୫୪୭୧୪୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

03-10-2025 / 13:51:09

ଅତି ସୁନ୍ଦର ଲାଗିଲା କବିତା ଟି

ହରିପ୍ରିୟା ପଟ୍ଟନାୟକ

02-10-2025 / 22:04:05

ବଢିଆ କବିତା।

ନିରଞ୍ଜନ ପତି

01-10-2025 / 21:37:59

ସୁନ୍ଦର ଭାବ ବ୍ୟଞ୍ଜକ କବିତା । ଅଭିନନ୍ଦନ ସାନ ଭାଇ ସଂଗ୍ରାମ ।ଜୟ ଜଗନ୍ନାଥ ।

ସ୍ୱର୍ଣ୍ଣଲତା ତ୍ରିପାଠୀ

01-10-2025 / 14:45:52

କବିତାଟି ଶିଶୁ ମନ ଲାଖି ।ବହୁତ୍ ଭଲ ଲାଗିଲା ।

Govinda Chandra Tripathy

01-10-2025 / 12:39:27

ସୁନ୍ଦର କବିତା ଭାଇ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion