କବିତା
ବାପା

ବାୟୁ ପାଣି ବିନା କେ ବଞ୍ଚି ପାରିବ
ଏହି ସଂସାର ରେ କୁହ,
ଯାହା ପାଇଁ ଜୀବ ଧରିଛି ଜୀବନ
ବଞ୍ଚାଇଛି ନିଜ ଦେହ l
ସଭିଙ୍କ ପାଇଁ ଯେ ସେତ ସଂଜୀବନୀ
ଜନମ ରୁ ମୃତ୍ୟୁ ଯାଏ,
ନିତି ପ୍ରତି ରହି ଆମ ଦେହ ସାଥେ
ଜୀବକୁ ବାଟ ବତାଏ l
ବାୟୁ ପାଣି ପରି ଆମରି "ବାପା" ଯେ
ନିଜ ସ୍ନେହ ଶରଧା ରେ,
ବଢାଇ ଥାଆନ୍ତି ନିଜର ପିଲାଙ୍କୁ
ସାହା ହୋଇ ବିପଦ ରେ l
ନିଜ ଜୀବନ ରେ ସହି ଦୁଃଖ କଷ୍ଟ
ପିଲାଙ୍କ ମଙ୍ଗଳ ପାଇଁ,
ନିଜେ ଖଟି ନିତି ଦିଅନ୍ତି ଆହାର
ନିଜର ପିଲାଙ୍କୁ ନେଇ l
ଦୀପ ରେ ସାଳିତା ପରି ଜଳି ଜଳି
ଦେଖାଇ ଥାଆନ୍ତି ବାଟ,
ବାପା ଗଲା ପରେ ପିଲାଙ୍କୁ ଦିଶଇ
ଅନ୍ଧାର ସାରା ଜଗତ l
∎
ଯଦୁ - ମାଳତୀ କୃପା ନିବାସ,
ଶକ୍ତି ବିହାର / ବାଲିପଡ଼ା, ପୋଷ୍ଟ - ଗୌଡଗୋପ,
ଭାୟା - ନିଶ୍ଚିନ୍ତକୋଇଲି, ଜି - କଟକ -୭୫୪୨୦୭
ମୋ –୭୬୦୯୦୪୪୩୮୩

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
03-10-2025 / 13:49:23
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ଜୟକୃଷ୍ଣ ସାହୁ
03-10-2025 / 11:02:28
ବାପା ମାଆ ପରି ଦୁନିଆଁରେ ଆଉ କିଏ ଅଛି? ଅତି ସୁନ୍ଦର କବିତା। ଧନ୍ୟବାଦ ପ୍ରଫୁଲ୍ଲ ଵାଵୁ।
Govinda Chandra Tripathy
01-10-2025 / 12:36:51
ସୁନ୍ଦର୍ ଲେଖା ଭାଇ