କବିତା
କର୍ତ୍ତବ୍ୟ

ଜନମ ମରଣ ମଧ୍ୟେ ବ୍ୟବଧାନ
ଥାଇ ମାନବ ଜୀବନ,
ଜୀବନ ସାର୍ଥକ କରେ ସିଦ୍ଧି ଲାଭ
କରି ନାନା କର୍ମମାନ ।
କର୍ମ ଜୀବନର ଗଭୀର ନିଷ୍ଠାର
କର୍ମ ସାଧନ କର୍ତ୍ତବ୍ୟ,
କର୍ମେ ଯିଏ ନର କର୍ମ ଏକା ତାର
ଜୀବନର ମାନଦଣ୍ଡ ।
ଜୀବନ ବୃନ୍ତର ସୌନ୍ଦର୍ଯ୍ୟ କୁସୁମ
କର୍ତ୍ତବ୍ୟ ସାହସିକତା,
ପରିବାରଠାରୁ ସମାଜ ମଙ୍ଗଳ
ରାଷ୍ଟ୍ରର ପ୍ରଗତି ଗାଥା ।
ଉଇ ନିଷ୍ଠା ପରି ହୁଙ୍କା ନିର୍ମାଣରେ
ପରମ କର୍ତ୍ତବ୍ୟ ବୋଧ,
ମଙ୍ଗଳ କାମରେ ଅସାଧ୍ୟ ସାଧନ
ଜୀବନ ବିକାଶ ପଥ ।
ଉନ୍ନତି ରୂପକ ମନ୍ଦିରର ଆଦ୍ୟ
ମୁଖଶାଳା ଯେ କର୍ତ୍ତବ୍ୟ,
ବିଚାର ବିବେକ ସଚେତନତାରେ
ଉପକାରର ସେବକ ।
ଧଇର୍ଯ୍ୟ,ଶୃଙ୍ଖଳା, ନିଷ୍ଠା ଓ ଆଦର୍ଶ
କର୍ତ୍ତବ୍ୟରେ ଆତ୍ମତ୍ୟାଗ,
ଏ ସବୁ ଗୁଣର ଜୀବନ ସୁନ୍ଦର
ଗଠନ କର୍ତ୍ତବ୍ୟବୋଧ ।
∎
ପୁରୀ ସଦର ବ୍ଲକ୍,
ପୁରୀ , କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 19:37:44
କ୍ଳିଷ୍ଟ ଶବ୍ଧରେ ପରିପୂର୍ଣ ଏହି କିଶୋର କବିତାଟିରେ ଗାୟନନ୍ଧର୍ମିତା ର ଅଭାବ ଅନୁଭୂତ ହେଲା । ଅନେକ ସ୍ଥାନରେ ଗଳ୍ପର ଆଭାସ ମିଳିଲା ।
G B Patra
01-07-2025 / 13:10:08
ଶିକ୍ଷଣୀୟ