କବିତା
ସିସିଟିଭି ନେଲା ଫୋଟୋ

ମୁହଁ ଅନ୍ଧାରୁଆ ହୋଇଥିଲା ଦିନେ
ନ ଥିଲା ବିଜୁଳି ବତୀ
ଛପି ଛପି କିନା ବୁଢା ବାଘ ଟିଏ
ଆସୁଥିଲା ଗାଁ କତି
ଫାଂପୁଳି ବିଲେଇ କନ କନ ହୋଇ
ଏ ଘର ସେଘର ପଶି
ଖୋଜି ବୁଲୁ ଥିଲା କ୍ଷୀର କି ଆଇଁ ଶ
ପାଇଲେ ଦିଅନ୍ତା ଚାଖି
ଭେଟ ହୋଇ ଗଲା ବାଘ ବିଲେଇର
ଗାଁ ବର ଗଛ ତଳେ
ଦୁକୁ ଦୁକୁ ଦୁକୁ ହେଉ ଥିଲା ଛାତି
ତଥାପି ଫାଂପୁଳି ବୋଲେ
ପୁତୁରା ରେ ଆଜି କେତେ ଦିନ ପରେ
ତୋ ସହ ହୋଇଲା ଭେଟ କେଡୁଟାଏ ତୁହି ହେଲୁଣି ରେ ଧନ
ଥିଲୁ ପରା ଏତେ ଛୋଟ
ବୋକା ଟାଏ ଭଳି ହସୁ ଥିଲା ବାଘ
ବିଲେଇ ମୁହଁ କୁ ଚାହିଁ
ଭାବୁ ଥିଲା ଏତେ ଛୋଟ ବାଘ
କେବେ ଆଗରୁ ତ ଦେଖି ନାଇଁ
ମୁହାଁ ମୁହିଁ ହୋଇ ଛିଡା ହୋଇ ଥିଲେ
ହଠାତ ମାରିଲେ ଧାଁ
ସିସିଟିଭି ଟା ରେ ଉ ଠୂ ଥିଲା ଫୋଟୋ
ଗୋଟାଏ ପଛକୁ ଗୋଟା

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
02-10-2025 / 22:08:03
ଭଲ ଲାଗିଲା କବିତା ଟି