କବିତା
ରେଳଗାଡି ମୋ ନାମ

ଛୁକ ଛୁକ ହୋଇ ଶବଦ କରେ
ରେଳଗାଡି ମୋ ନାମ,
ନାନା ଯାତିରି କୋଳରେ ଧରି
ଆଗେ ଧାଇଁବା କାମ ।
ଯେଉଁଠି ମୋତେ ଇସାରା ଅଛି
ଅଟକି ଥାଏ ସେଠି,
ହେଉ ଗରମ ଅବା ବରଷା
ଖୋଲେନି କେବେ ପାଟି ।
ଶୀତଳ ଘରେ ଯୋଗାଇ ଥାଏ
ତକିଆ ଆଉ ଗଦି,
ପାଣି, ବିଜୁଳି, ନ କରେ ଊଣା
ସିନେହେ ରଖେ ବାନ୍ଧି ।
ବିନା ଟିକଟେ ଚଢିଛି ଯିଏ
ଦେଇଛି ଜୋରିମାନା,
ଏପରି କାମ କରିବା ପାଇଁ
ରେଳ ବିଭାଗୁ ମନା ।
ଗଢ଼ିଛି ଯିଏ ଯତନ କରି
ସିଏ ମୋ ବାପା ମାଆ,
ତାଙ୍କ ଆଦେଶ ମାନି ଚାଲିଲେ
ଦୁଃଖ ଆସିବ କିଆଁ ।
କାହାରି ମନେ ଦେବିନି ଦୁଃଖ
ସବୁରି ସୁଖ ଚାହେଁ,
ଅସନା କେବେ କରିବ ନାହିଁ
ସଫା ରେ ସୁଖ ପାଏ ।
ନିୟମ ମାନି ଚଲାଉ ଥିଲେ
ଦୁଃଖ ଆସିବ ନାହିଁ,
ରେଳ ଯାତରା ହେବ ସଫଳ
ସୁଖ ସବୁରି ପାଇଁ ।
∎
ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
03-10-2025 / 13:44:48
ଖୁବ୍ ସୁନ୍ଦର ଲାଗିଲା କବିତା ଟି