କବିତା
ଗଛ ଲଗାଇବା -ଆଶିଷ ପାଇବା

ଓଡିଶା ଆମ ରାଇଜ ନାମ
ଜାତି ଆମର ଓଡ଼ିଆ
ମୁଲକ ରାଜା ଜଗତ ନାଥ
ସେନେହେ ଡାକୁ କାଳିଆ ।
ଜାତି ଅଜାତି ନାହିଁ ତାହାଠି
ସଭିଏ ତାର ସମାନ
ବିପଦ ବେଳେ ଡାକୁ ଆତୁରେ
ରଖ ଚକା ନୟନ ।
ସୁଖ ଦୁଃଖ ରେ ସବୁ କାମରେ
ଲୋଡୁ ତାହାକୁ ଆଗୁଆ
ମୁରବି ଭଳି ଜଗି ବସିଲେ
କାମ ହୁଅଇ ବଢିଆ ।
ଦୁନିଆ ସାରା ଦେବତା ଯେତେ
ଗଢ଼ା ପଥର ଧାତୁରେ
ହେଲେ ମୋ ଜଗା ହୋଇଛି ଗଢ଼ା
ନିମ ଗଛର କାଠରେ ।
ଚେତାଇ କହେ ଶୁଣ ରେ ଶୁଣ
ଗଛ ଆମର ଦେବତା
ଯତନ ନିଅ ନକାଟ ଗଛ
ଦିଅଇ ଏଇ ବାରତା ।
ମଣିଷ ଆଗୁ ଗଛ ଜନମ
କଥା ଟି ଅଟଇ ସତ
ଗଛ ର ଲାଗି ରହିଚି ଜୀଇଁ
ଧରା ରେ ଜୀବ ଜଗତ ।
ଆସ ସଭିଏ ଗଛ ଲଗାଇ
ଜଗା ର କଥା ରଖିବା
ଗଛ ହସିଲେ ଧରା ହସିବ
ଆମେ ବି ସବୁ ହସିବା ।
ପରିବେଶ କୁ ସୁସ୍ଥ ରଖିବା
ଗଛ ଯତନ କରିବା
ତାହେଲେ ଯାଇ ଜଗତ ନାଥ
ଆଶିଷ ପାଇ ପାରିବା ।
∎
ପୁରୀ

ଲେଖା ସମ୍ପର୍କୀୟ ମତାମତ