Skip to content
ଶିଶୁ କିଶୋର

କବିତା

ଆସିଛି ଆଜି ନୂଆ ବରଷ

ଆସିଛି ଆଜି ନୂଆ ବରଷ

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ଏତେ ସକାଳରୁ ଉଠି ତୁମେ କିଆଁ ଧାଇଁଚ
ଚିକିମିକି ଚିକିମିକି ପଡ଼ିଲାଣି ଖରାରେ
ଜାତିଜାତି କୁସୁମରେ ଭରିଲାଣି ଧରାରେ।

ଶୁଭିଲା ତୋଟାମୂଲକୁ ପକ୍ଷୀଙ୍କର କାକଳି
ଲୋଟିପଡେ ଫୁଲ ଏବେ ନାଆଁ ଯାର ଶେଫାଳି
ଅଭିନନ୍ଦନପତ୍ରଟି ହାତେ ତୁମ ରହିଛି
ଶୁଭେଚ୍ଛା ଜଣେଇ ଦେଇ କିଏ ମଜାପାଉଛି।

ଵଣଭୋଜି ମଜା ନେଵ ଏକାଠି ତ ହେଲଣି
ନୂଆ କ୍ୟାଲେଣ୍ଡର ଆଣି ଘରେ ଟାଙ୍ଗି ଦେଲଣି
ଭ୍ରମଣ ପାଇଁଟି ନୂଆ ଜାଗା କିଏ ଯାଏରେ
ସ୍ୱାଗତମ୍ ନୂଆବର୍ଷ ଗୀତ କିଏ ଗାଏରେ।

ନୂଆବର୍ଷ ଗ୍ରେଗୋରିଆନ କ୍ୟାଲେଣ୍ଡର ମତରେ
କେତେ ଦେଶ ପାଳିଥାନ୍ତି ଏ କଥାଟି ସତରେ
ଡିସେମ୍ବର ଗଲା ଚାଲି ଜାନୁୟାରୀ ଆସଇ
ନୂଆବର୍ଷ ଛବି କେତେ ଆଖି ଆଗେ ଭାସଇ ।

ଆସ ମିଶି ଆଜିଠାରୁ ଭଲ କାମ କରିବା
ନିଜେ ହସି ସଭିଙ୍କର ମୁଖେ ହସ ଭରିବା
ହେଉ ବାପୁ `ରାମରାଜ୍ୟ` ଅବା `ସ୍ୱଚ୍ଛ ଭାରତ`
ଆଜିଠାରୁ ପଡ଼ିଯାଉ ଭିତ୍ତିଭୂମି ତାର ତ।

∎
୨୭, ମନ୍ତ୍ରମାନୋର,ଗୋଠପାଟଣା ; ଭୁବନେଶ୍ୱର
ମୋ ୯୫୮୩୨୦୨୩୫୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

02-01-2025 / 12:36:43

ଭଲଲାଗିଲା। ଧନ୍ୟବାଦ।

ହଂସନାଥ ମୁଦୁଲି

01-01-2025 / 23:45:47

ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion