କବିତା
ନୂଆ ବରଷରେ ବଣଭୋଜି

ଜଙ୍ଗଲର ଗଛ ପିଲାଙ୍କୁ ଡାକିଲେ
ଆସରେ ପିଲାଏ ଆସ,
ତୁମେ ତ ସତରେ କଅଁଳ କୁସୁମ
ବିତର ତୁମର ବାସ ।
ଖେଳରେ, ବୁଲରେ, ମଉଜ କରରେ
ଡରନା କାହାକୁ ଏଠି,
ଏ ଗଛ ତୁମକୁ ଆଶରା ଦେବ ଯେ
କରିଯା ଗୁଲି ଓ ଖଟି ।
ଏ ବଣ ଭିତରେ ଭୋଜିଟେ କରି ଯା
ଖାଇଯା ଏକାଠି ବସି,
ତୁମକୁ ଦେଖିଲେ ଖୁସି ତ ଲାଗିବ
ଆମେ ବି ଯିବୁରେ ହସି ।
ଦେଖରେ ଦେଖରେ ଝରଣା ଝରୁଛି
ଗାଉଛି ସୁନ୍ଦର ଗୀତ,
ଶୁଣାଇ ଦେଉଛି ଜଙ୍ଗଲି ଗୀତଟି
ହୋଇଛି ତୁମରି ମିତ ।
ପିଲାଏ କହିଲେ ବଢିଆ ବଢିଆ
ଏଇଠି କରିବୁ ଭୋଜି,
ଏ ନୂଆବରଷେ ତୁମେ ତ ସାହାରା
ଡାକିଛ ପାଖକୁ ଖୋଜି ।
ପିଲାଏ କରିଲେ ବଣରେ ଭୋଜିଟେ
ଖାଇଲେ ହରଷ ହୋଇ,
ବଣର ଗଛକୁ ଜୁହାର ହୋଇଲେ
ଖୁସିରେ ଭୋଜିକୁ ଖୋଇ ।
ପାତ୍ରପଡା, ଭୁବନେଶ୍ବର
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ