କବିତା
ନୂଆ ବରଷ ଆସ

ନୂଆ ବରଷ ହୋଇ ହରଷ
ଆସୁଛ ଯଦି ଆସ,
ଦୁଃଖ, ଯାତନା ମନରୁଫେଡି
ଓଠରେ ଭର ହସ।
ଶାନ୍ତି, ଅହିଂସା ପ୍ରଚାର କରି
ଦୂରେଇ ଦିଅ ଯୁଦ୍ଧ,
ଦୟା, କ୍ଷମାର ରାଜୁତି ହେଉ
ହିଂସା ର ହେଉ ବଦ୍ଧ।
ଉଚ୍ଚ ନୀଚର ଭେଦ ଭାବନା
ନ ରହୁ କାର ମନେ
ଶାନ୍ତି, ମୈତ୍ରୀ, ପ୍ରିତି ର ଗୀତ
ଶୁଭୁ ସବୁରି କାନେ।
ଭାଷା, ସାହିତ୍ୟ, ସଂଗୀତ, ନ୍ରୁତ୍ୟ
କଳା, ସ୍ଥାପତ୍ୟ, ଚିତ୍ର
ସମତା ମନ୍ତ୍ର ବାରତା ଦେଉ
ଖୋଲି ମମତା ନେତ୍ର।
ସାରା ସଂସାର " ଗୋଟିଏ ଘର"
ନୂଆ ଭାବନା ହେଉ
ଜୀବ ଜଗତ ସୁଖ ଶାନ୍ତି ରେ
ଜୀଇବା କଥା ଜୀଉ।
∎
ନୀଳଚକ୍ର ନଗର, ଅଠରନଳା
ପୁରୀ-୨ ୮୯୧୭୪୬୦୦୪୮

ଲେଖା ସମ୍ପର୍କୀୟ ମତାମତ
ବିଜୟ କୁମାର ଛାଟୋଇ
02-01-2025 / 19:36:53
ଅତିସୁନ୍ଦର
ଜୟକୃଷ୍ଣ ସାହୁ
02-01-2025 / 12:34:27
କଵିତାଟି ଭଲ ହୋଇଛି। ମନକୁ ଛୁଇଁଲା। ଧନ୍ୟବାଦ।
ହଂସନାଥ ମୁଦୁଲି
01-01-2025 / 23:42:01
ଖୁବ୍ ସରଳ, ସୁନ୍ଦର ଏବଂ ଉପଯୋଗୀ କବିତା। ଅଭିନନ୍ଦନ।
ବୀରେନ୍ଦ୍ର ମହାନ୍ତି
01-01-2025 / 20:29:08
ସୁନା ମଣି ଭାଇଙ୍କ ମତାମତକୁ ସମ୍ମାନ ଜଣାଉଛି। ଏଠାରେ ବଦ୍ଧ ର ଅର୍ଥ ବନ୍ଦ ବୋଲି କୁହାଯାଇଛି। ଅନ୍ୟ ଦୁଇଟି ଟାଇପ୍ ଭୁଲ୍।
ଡକ୍ଟର ସୁନାମଣି ରାଉତ
01-01-2025 / 16:41:48
କବିତାଟି ପଢି ଖୁସି ହେଲି। ଶୀକ୍ଷଣୀୟ ହୋଇଛି। ମାତ୍ର କେତୋଟି ବନାନଗତ ତ୍ରୁଟି ରହିଛି ।ଯଥା: ବଦ୍ଧ=ଵଧ ,ନ୍ରୁତ୍ୟ =ନୃତ୍ୟ, ଜୀଉ=ଜୀଉଁ ହେବ । ତଥାପି କବି ବୀରେନ୍ଦ୍ର ମହାନ୍ତିଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା।