କବିତା
ଆ ରେ ବରଷା ଆ

ଆ ବରଷା ଆ
କୁନା ସାଥିରେ କାଗଜ ଡଙ୍ଗା
ଭସେଇ ଦେଇ ଯା!!’।
କୂଅରେ ପାଣିନାହିଁ ତ ଆଉ,
ପାଣି କାଢ଼ିବ କେଉଁଠୁ ବୋଉ
କୂଅରେ ପାଣି ଭରି ଦେଇ ତୁ ଯା
ଆ ବରଷା ଆ!! ’।
ପାହାଡ, ବିଲ, ପଡିଆ, ଦଣ୍ଡା
ଧୂସର ଏବେ ଦିଶୁଛି ନଣ୍ଡା
ଫୁଲ, ଫଳରେ ହସେଇ ଦେଇ ଯା
ଆ ବରଷା ଆ’।
ଟାଙ୍ଗରା ଏବେ ଦିଶୁଛି କ୍ଷେତ
ତା ଧାରେ ନଈ ଗାଉନି ଗୀତ
କ୍ଷେତ ଆସି ତୁ ଚଷେଇ ଦେଇ ଯା
ଆ ବରଷା ଆ ’।
ଧରାରେ ଯେତେ ଜୀବ ଜଗତ
ତୋ ବିନା ସବୁ କି ହନ୍ତସନ୍ତ
ସଭିଙ୍କୁ ଆସି ଭିଜେଇ ଦେଇ ଯା
ଆ ବରଷା ଆ!! ’।
∎
ଫୋନ- 9437000636

ଲେଖା ସମ୍ପର୍କୀୟ ମତାମତ
Tapan Kumar Swain
04-08-2026 / 06:47:09
ଖୁବ୍ ସୁନ୍ଦର ହୋଇଛି ଲେଖାଟି
Sanjukta parichha
01-08-2026 / 17:18:00
ବର୍ଷା କୁ ସୁନ୍ଦର କବିତାଟିଏ । ସମସ୍ତଙ୍କୁ ଭଲ ଲାଗିବ ।
Haripriya Pattnaik
01-08-2026 / 16:00:02
ଭଲଲାଗିଲା କବିତାଟି।
ସୁକାନ୍ତ କୁମାର ସାହୁ
01-08-2026 / 11:15:17
ଲେଖାଟି ଶିଶୁମାନଙ୍କ ମନଛୁଆଁ ନିଶ୍ଚିତ ଭାବେ ହେବ ଏଥିରେ ସନ୍ଦେହ ନାହିଁ। ସରଳ ସୁନ୍ଦର ଓ ଅବେଗଭରା ଶିଶୁ କବିତାଟି ପାଇଁ ମୁଁ ଲେଖକକୁ ସାଧୁବାଦ ଜଣାଇବା ସହ ତାଙ୍କ ସାହିତ୍ୟ ସାଧନା କୁ ପ୍ରଣାମ ଜଣାଉଛି। ସୁକାନ୍ତ,ମାଲକାନଗିରି