କବିତା
ସୁନା ପିଲା ହବା

ଆସ ଆସ ଭାଇ ପଢ଼ିବା ଗୀତା
ବୁଝି ନପାରି ଲେ ନକର ଚିନ୍ତା
ଆସ ଆସ ଭାଇ ଖାଇବା ପିତା
ରୋଗ ହବନି ହବା ଜଗତ ଜିତା
ସଞ୍ଜ ସକାଳେ ନିତି ଯିବା ରେ ଝାଡ଼ା
ବ ଇଦ ହବନି ଆମ ପାଇଁଲୋଡ଼ା
ଖାଇବା ଆଗରୁ ଧୋଇବା ହାତ
ଗରମ ଖାଈଵା ତରକାରୀ ଭାତ
ଚୋବାଇ ଚୋବାଇ ଖାଦ୍ୟ ଖାଇବା
ତାହା ହେଲେ ସୁଆଦ ଯାଣିବା
ଚୋବାଇ ଖାଇଲେ ଗଡ଼ଇ ଲାଳ
ପେଟରେ ହବନି ଗଣ୍ଡଗୋଳ
ସକାଳୁ ନିତି କରିବା ରେ ଯୋଗ
ହବନି ଆମକୁ କେଭେ ରୋଗ
ସଡ଼କ ନିୟମ ମାନି ବାଟଚାଲିବା
ବାଟ ଘାଟ ସଫାସୁତୁରା ରଖିବା
ଗଛ ଲଗାଇ ବା ଆମେ ଗଣି ଗଣି
ବଞ୍ଚାଇ ବା ନିତି ଦେଇ ପାଣି
ଏହି କଥା ମାନି ନିତି ଚଳିବା
ସୁନା ପିଲା ଆମେ ସଭିଏଁ ହବା
ମୋ ୯୯୩୮୭୭୦୬୯୭

ଲେଖା ସମ୍ପର୍କୀୟ ମତାମତ
Dinabandhu Poi
03-05-2024 / 14:56:44
ପିଲାଙ୍କ ପାଇଁ ମନଛୁଆଁ ତଥା ହିତକାରୀ କବିତା ,ଖୁବ ସୁନ୍ଦର, ଶୁଭେଛା ଓ ଅଭିନନ୍ଦନ ସାର