କବିତା
ତ୍ରିରଙ୍ଗା

ଅଗଷ୍ଟ ପନ୍ଦର ଦିନଟି ସୁନ୍ଦର
ଦେଶର ପବିତ୍ର ଜନମ ଦିନ
ଅନେକ ବରଷ ବିତି ଯେ ଗଲାଣି
ସେହି ଶୁଭ ଦିନ ନଭୁଲେ ମନ ।
କୁନିପିଲା ପୁରୁ ହାତରେ ତ୍ରିରଙ୍ଗା
ପତାକା ଉଡ଼ାଇ ସେ ହୁଏ ଖୁସି
ତ୍ରିରଙ୍ଗା ର ରଙ୍ଗ ମନ ମୋହି ନିଏ
ଜେଜେ ଙ୍କ ଠୁ ଶୁଣେ ତା ଗୁଣ ବସି ।
ତ୍ରିରଙ୍ଗା ପତାକା ଉପର ନାରଙ୍ଗୀ
ରଙ୍ଗ ମନଛୁଆଁ ତା` ଶୋଭା ଦେଖ
ଅସୀମ ସାହସ ବୀରତ୍ଵ ଗୁଣ ର
ପ୍ରତୀକ ଦେଶର ରଖିଛି ଟେକ ।
ପତାକା ମଝିରେ ଧଳା ରଙ୍ଗ ଶୋଭା
ସତ୍ୟ ଶାନ୍ତି ଦେଶ ବାରତା ଦିଏ
ବିଶ୍ଵ କଲ୍ୟାଣ ପାଇଁ ଶାନ୍ତି ଲୋଡ଼ା
ବିଶ୍ଵ ଦରବାରେ ଆଗରେ ଥାଏ ।
ଅଶୋକ ଚକ୍ର ପ୍ରଗତି ପ୍ରତୀକ
ଅର ଯୋଡ଼ି ଯୋଡ଼ି ଏକତା କହେ
ପତାକା ର ତଳେ ସବୁଜ ରଙ୍ଗ ଯେ
ବିକାଶ ଗୁଣର ବାରତା ଦିଏ ।
ତ୍ରିରଙ୍ଗା ପତାକା ଦେଶ ବିଦେଶରେ
ଭାରତୀୟତା ର ପ୍ରତୀକ ସିଏ
ତ୍ରିରଙ୍ଗା ଉଡ଼ଇ ଆମରି ହାତରେ
ତ୍ରିରଙ୍ଗା ପରିକା ହୋଇବ କିଏ ।
∎
ଭୁବନେଶ୍ୱର-୨
୯୪୩୯୭୧୯୮୭୯

ଲେଖା ସମ୍ପର୍କୀୟ ମତାମତ
ପୌର୍ଣ୍ଣମାସୀ ଦେବୀ
02-08-2025 / 12:01:46
ସୁନ୍ଦର ଦେଶାତ୍ମବୋଧକ ଲେଖାଟିଏ ।
ଜୟକୃଷ୍ଣ ସାହୁ
01-08-2025 / 11:19:23
ବଡ଼ ଭାଇ ନମସ୍କାର। ସୁନ୍ଦର ଦେଶାତ୍ମବୋଧକ କବିତାଟିଏ ଲେଖିଛନ୍ତି। ଭଲଲାଗିଲା। ଧନ୍ୟବାଦ।