Skip to content
ଶିଶୁ କିଶୋର

କବିତା

ଜୀବନ୍ତ ଦେବତା ମୋର

ଜୀବନ୍ତ  ଦେବତା ମୋର

ଜୀଵନରେ କେତେ ମନ୍ଦିର ଦେଖିଛି
ଦେଵତା ଦେଖିଛି କେତେ
ପଚାରିଲେ କାହିଁ କୋଉ ଦେବ ଦେବୀ
କଥା କହନ୍ତିନି ମୋତେ।
ନିଉଛାଳି ହୋଇ ଗୁହାରି କଲେ ବି
ମିଳେନାହିଁ ଶୁଭ ଫଳ
ପାଷାଣ ଦେହରେ ମଥା ପିଟି ପିଟି
ସରଇ ଜୀଵନ କାଳ।
ଆମ ଘରେ ଛନ୍ତି ଏମିତି ଦେଵତା
ସେମାନେ କହନ୍ତି କଥା
ଧୂଳି ଟିକେ ପଡ଼ିଗଲେ ଆମ ଦେହେ
ଲାଗେ ତାଙ୍କ ମନେ ଵ୍ୟଥା।
ଅଝଟ ହୋଇଲେ ତୋଳିଦେଇଥାନ୍ତି
ସରଗୁ ପୁନେଇଁ ଜହ୍ନ
ମାଗିବା ଆଗରୁ ସଵୁ ମିଳିଯାଏ
ଯାହା ଚାହେଁ ମୋର ମନ।
ନିଜେ ଭୋକେ ରହି ଦେଇଥାନ୍ତି ଖୋଇ
ଭାତ ଡାଲି କ୍ଷୀର ସର
ଵିଦ୍ୟାଳୟେ ନେଇ ଛାଡ଼ି ଦେଇଥାନ୍ତି
ଵୋହି ସେ ଵସ୍ତାନି ଭାର।
ଚିରା ଫଟା ପିନ୍ଧି କଟାଇ ଦିଅନ୍ତି
ତାଙ୍କର ଜୀଵନ କାଳ
ନିଜ ପିଲାଙ୍କୁ ସେ ସୁଖେ ରଖିଵାକୁ
କଟିଯାଏ ତାଙ୍କ ଵେଳ।
ଜୀଵନ୍ତ ଦେବତା ଘରେ ଥାଉ ଥାଉ
ମନ୍ଦିର ଯିଵି ମୁଁ କାହିଁ
କାହିଁକି ପାଷାଣ ପୂଜିଵି ମନ୍ଦିରେ
ପୁଷ୍ପ ନଇଵେଦ୍ୟ ଦେଇ।
∎
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

03-09-2025 / 20:23:41

ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ମାମ୍।

ହରିପ୍ରିୟା ପଟ୍ଟନାୟକ

02-09-2025 / 17:24:28

ବହୁତ ଭଲଲାଗିଲା କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion