Skip to content
ଶିଶୁ କିଶୋର

କବିତା

ଟିକି ଚଢ଼େଇ

ଟିକି ଚଢ଼େଇ

ଚି଼ଁ ଚିଁ କରି ଟିକି ଚଢ଼େଇ
ନିଇତି ଆସଇ ଡେଣା ହଲେଇ।।
ବୁଲଇ ଦୁଆରେ ଡେଇଁ ଡେଇଁକା
ପଡ଼ିଥିବା ଦାନା ଖାଇ ଖାଇକା ।।
ଉଡିଯାଏ କେବେ ଆକାଶ ଦେଶେ
ପୁଣି ଡେଣା ଝାଡି ପିଣ୍ଢାରେ ବସେ।।
ନ ଥାଏ ତା ପାଶେ ଅଳସ ପଣ
ଭାରି କାମିକା ସେ ପିଲାଏ ଜାଣ।।
ସୂରୁଜ ଫେରିଲେ ମାଆ କୋଳକୁ
ସିଏ ଚାଲି ଆସେ ତା` ବସାକୁ।।
ସୂରୁଜ ଉଠିବା ଆଗରୁ ନିତି
ଶେଯ ଛାଡିଯାଏ କାମରେ ମାତି।।
କାଠି କୁଟା ନିଜେ ଥଣ୍ଟରେ ଆଣି
ନିଜ ବସା ଘର ଦିଅଇ ବୁଣି।।
ନିଜ ଛୁଆଙ୍କୁ ସେ ନିଜେ ପଢାଏ
ଉଡିବାର କେତେ କଳା ଶିଖାଏ।।
ନିଜର ଆହାର ନିଜେ ଖୋଜଇ
ଛୁଆ ମୁହେଁ ଦାନା ଆଣି ଦିଅଇ।।
ଦେଖେଯେବେ ପାଣି ରାସ୍ତା ଘାଟରେ
ବୁଡ଼ ଟିଏ ମାରେ ମନ ଖୁସିରେ।।
କୁନି ଟିଏ ସିନା ଗୁଣ ତା` ବଡ
ସେ ଗୁଣ ଶିଖିଲେ ଜିତିବା ଗଡ଼।।


∎

ସମ୍ପାଦକ `କଳାମାଣିକ`
ସ୍ମୃତି ନଗର, ବରଗଡ଼
ପିନ୍ -୭୬୮୦୨୮
ଭ୍ରାମ୍ୟଭାଷ: ୯୮୬୧୦୮୯୩୪୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion