Skip to content
ଶିଶୁ କିଶୋର

କବିତା

ନୂଆ ଵରଷ

ନୂଆ ଵରଷ

ନୂଆ ଵରଷ ହେ ନୂଆ ଵରଷ
ଆସୁଅଛ ତମେ ଫି ଵରଷ
ଏଇ ଜାନୁଆରୀ ମାସେ,
ଗାଆଁ ଠୁଁ ସହର ମହକି ଯାଉଛି
ଖୁସି ଆନନ୍ଦର ବାସେ ।।

ତମ ପାଇଁ ମନେ ନୂଆ ପୁଲକ
ଉଛୁଳି ଉଠୁଛି ସାରା ପୁଲକ
ଚାଲେ ଭୋଜି ନାଚ ଗୀତ,
ବାଣ ନିଶାଣରେ ଦୁଲୁକଇ ଛାଡି
ସ୍ଵାଗତ ହେ ନୂଆ ମିତ।।

ଧନୀ ଲୋକ ପାଇଁ ତମେ ବଢିଆ
କି ସୁଖ ପାଆନ୍ତି ଦୁଃଖୀ ମଢିଆ
ପତାଇ ଥାଆନ୍ତି ହାତ,
ନୂଆସକାଳରେ ଖୋଜୁଥାନ୍ତିଆହା
ପଟେ ରୁଟି ମୁଠେ ଭାତ ।।

ଆସ ମୋର ଭାଇ ଆସ ଭଉଣୀ
ଆଦରେ ଭରିକି ମନ-ଗଉଣି
ଦୁଃଖୀ ମଣିଷକୁ ଅନା,
ଏନୂଆ ଵରଷେ ଆଣିଦେଵା ଆମେ /
ତାଙ୍କ ପାଇଁ ଦାନା କନା ।।
∎
ରାଜାଵଗିଚା,କଟକ-୯

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବିଜୟକୁମାର ଛାଟୋଇ

02-01-2025 / 19:40:02

ବଢିଆ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion