Skip to content
ଶିଶୁ କିଶୋର

କବିତା

ମାନା ପାଇଁ ନାନାବାୟା

ମାନା ପାଇଁ ନାନାବାୟା

ଗାଡ଼ି ଚାଲେ ଭୁଁ ଭୁଁ
ସିଟି ବାଜେ ପୁଁ ପୁଁ
ମାଆ ଟିକେ ରାଗିଗଲେ
ମାନା କାନ୍ଦେ ସୁଁ ସୁଁ।

ନଈପାଣି ଘୁଉ ଘୁଉ
ବାଆ ବହେ ସୁଉ ସୁଉ
ମାନା କାନ୍ଦ ଥମିଯାଏ
ମାଆ କୋଳ ଛୁଉଁ ଛୁଉଁ।

ଘଡ଼ି ଚାଲେ ଟିକ୍ ଟିକ୍
କଣ୍ଟା ଘୂରେ ଠିକ୍ ଠିକ୍
ମାଆକୋଳେ ଥାଇ ମାନା
ହସିଦିଏ ଫିକ୍ ଫିକ୍।

ଟମି ଭୋକେ ଭୋ ଭୋ
ବିଲୁଆଟା ହୁକେ ହୋ
ମାନା ମୋର ଗୀତ ଶୁଣି
ହସିଦିଏ ଠୋ ଠୋ।
∎
ଫୋ:୯୮୬୮୮୦୫୯୯୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion