କବିତା
ଶୀତ ଆସିଅଛି ନୂଆ ବର୍ଷ ଧରି

ଶୀତ ଆସିଅଛି ନୂଆ ବର୍ଷ ଧରି
କରିବା ସଭିଏଁ ମଜା,
ନୂଆ ବର୍ଷ ସାଥେ ଶୀତ ଅଛି ବୋଲି
ବଣଭୋଜି ହୁଏ ଖୋଜା ।
ଏଇ ଦୁହିଁଙ୍କର ଅପୂର୍ବ ମିଳନ
ବିଭୁଙ୍କର ବରଦାନ,
ସେଥିପାଇଁ ସିନା ହସି ଖୁସି କଟେ
ସଭିଙ୍କର ଦିନମାନ ।
ସାଙ୍ଗ ସାଥି ମେଳେ ନୂଆ ସ୍ଥାନ ବୁଲା
ମନ ପ୍ରଫୁଲ୍ଲିତ କରେ,
ନୂଆ ଆଶା ସଞ୍ଚି ପୁଣି ବର୍ଷେ ପାଇଁ
ମନେ ନୂଆ କର ଭରେ ।
ଶୀତ ପାଇଁ ସିନା ନୂଆ ବର୍ଷ ମଜା
ନୂଆ ବର୍ଷ ପାଇଁ ଶୀତ,
ସେଥିପାଇଁ ଦେଖ ଆସନ୍ତି ମିଶିକି
ଦୁହେଁ ଆଜୀବନ ମିତ ।
ମିତ ହୋଇ ଦୁହେଁ କରିଥାନ୍ତି ମିଶି
ସମାଜ ପାଇଁକି ହିତ,
ଖୁସିରେ ସ୍ବାଗତ କରିବା ସଭିଏଁ
ଗାଇକି ମଧୁର ଗୀତ ।
∎
ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ