Skip to content
ଶିଶୁ କିଶୋର

ଗପ

କୁକୁର-ବିଲେଇ ମିତ ବସିଲେ

କୁକୁର-ବିଲେଇ ମିତ ବସିଲେ

ରୋହଣ ତା` ବାପା-ବୋଉରଏକମାତ୍ର ପୁଅ । ସେଥିପାଇଁ ଘରେ ସମସ୍ତେ ତାକୁ ଖୁବ୍ ଭଲ ପାଆନ୍ତି । ଗେଲକରନ୍ତି । ରୋହଣ ଉପରେ ଭଉଣୀ । ନାଁ ତା`ର ଶାଳିନୀ । ରୋହଣ ତା` ବଡଭଉଣୀଠୁ ଭଲକଥା ସବୁ ଶିଖେ । ମଜାଦାର ଗପ କାହାଣୀ ମଧ୍ୟ ଶୁଣିଥାଏ ।

ଥରକର କଥା, ରୋହଣ ସ୍କୁଲରୁ ଘରକୁ ଫେରୁଥାଏ । ଠିକ୍ ସେତିକି ବେଳେ ସେ ବାଟରେ ଦେଖିଲା କୌତୁକିଆ ବିଲେଇ ଛୁଆଟେ ବୁଲା କୁକୁରଟି ଦେଖି ଡରରେ ପଳେଇ ଯାଉଛି । ଅୀଉ ଉଚ୍ଛୁର ନ କର ରୋହଣ ରାସ୍ତାରେ ଛୋଟ ପଥର ଖଣ୍ଡେ ହାତରେ ଧରି କୁକୁରକୁ ମାରି ଗୋଡାଇଲା । ଫଳରେ ସେ ପ୍ରାଣ ବିକଳରେ ସେଠୁ ଚମ୍ପଟ ମାରିଲା । ରୋହଣ ସେ ବିଲେଇ ଛୁଆଟିକୁ ଟେକିନେଇ ଘର ଆଡେ ମୁହାଁଇବାକୁ ଲାଗିଲା । ଘରେ ପାଦ ଥାପୁ ଥାପୁ ସେସବୁ କଥା ମାମା ଆଗରେ ଟିକିନିଖି ବଖାଣିଲା । ବିଚରା କୁକୁର ଛୁଆଟିକ ୁଘରେ ରଖିବା ପାଇଁ ମାମାକୁ ଅନୁରୋଧ କଲା । ମାମାବି ତା` କଥାରେ ରଙ୍କକ୍ସକ୍ଟ ହୋଇଗଲେ ।

ଟିକିଏ ପରେ ଘର ଦୁଆର ମୁହଁର ଘଂଟିଟି ବାଜିଉଠିଲା । ରୋହଣ ଭିତର ପଟୁ ଦରଜା ଫିଟେଇଲା । ଦେଖିଲା, ସାମନାରେ ଦିଦି ଛିଡା ହୋଇଚି । ଡଉଲଡାଉଲ କୁକୁରଛୁଆଟେ ସାଥିରେ ଧରି ଆସିଚି । କୁରୁର ଛୁଆଟି ଦେଖି ରୋହଣ ତାକୁ ଖୁବ୍ ପସନ୍ଦ କଲା । ଶାଳିନୀ ଛାତିରେ କୁକୁର ଛୁଆଟିକୁ ଜଡେଇ ଧରିଥିବା ଦେଖି ମାମାକହିଲେ -ଦୁଇଟି ଅଲଗା ଅଲଗା ଜନ୍ତୁ ଘରେ କ`ଣ ରହିପାରିବେ ? ତେବେ ଝିଅ ଶାଳିନୀ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ଘରେ ସେ କୁକୁର ଛୁଆଟିକୁ ରଖିବାକୁ ହଁ ଭରିଲେ । ରୋହଣ ତା` ବିଲେଇ ଛୁଆଟିର ନାଁ ରଖିଲା ପୁଷି ଆଉ ଶାଳିନୀ ତା` କୁକୁର ଛୁଆର ନାଁ ଦେଲା ଟମି ।

ଧୀରେ ଧୀରେ ପଶୁଯୋଡିକ ବଡ ହେବାରେ ଲାଗିଲେ । ପିଲାଦିନୁ ଦୁହେଁ ଯାକଏକ ସାଥିରେ ରହିଥିବା ହେତୁ ଦୁହିଁଙ୍କ ଭିତରେ ବନ୍ଧୁତା ଗାଢ ହେବାରେ ଲାଗିଲ।। ସେମାନେ ଏକା ସଙ୍ଗରେ ଆହାର କରନ୍ତି । ସାଥି ହୋଇ ଖେଳା ବୁଲା କରନ୍ତି ।

ଏମିତି କିଛି ଦିନ ବିତିଗଲା । ଥରେ ସ୍କୁଲରେ ରୋହଣ ସହିତ ତା`ଶ୍ରେଣୀର ଗୋଲୁ ବୋଇଲେ ଆଉ ଜଣେ ବାଳକର ପାଟିତୁଣ୍ଡ ହେଲା । କଥା କଟାକଟିଠୁ ଆରମ୍ଭ ହୋଇ ମାରପିଟ ପର୍ଯ୍ୟନ୍ତ କଥା ଗଲା । ରାଗ ତମ୍‌ତମ୍ ହୋଇ ରୋହଣ ଗୋଲୁଗାଲରେ ଶକ୍ତଚାପୁଡାଟେ କଷିଦେଲା । ଘରେ ପହଁଚିଲା ବେଳକୁରୋହଣ ଦେଖିଲା ଗୋଲୁ ବାପା ଆଗରେ ତା` ବିରୁଦ୍ଧରେ ଫେରାଦ ହେଉଛି । ରୋହଣର ପିଳେହିପାଣି । ଡରିମରି ଛାନିଆରେ ଗୋଟାପଣେ ଥରିବାକୁ ଲାଗିଲା । ଗୋଲୁକୁ ମାଫି ମାଗିବା ପାଇେଁ ରାହଣର ମାମା ତାକୁ କହିଲେ । ରୋହଣ ଗୋଲୁ କାନରେ ଧୀର ସ୍ୱରରେ `ସରି` ବୋଲି କହିଲା । ଗୋଲୁ ଆଉ ତା` ବାପା ଏକଥା ଜାଣିବା ପରେ ଦିଦି ଶାଳିନୀ ତାକ ୁସିନିହ ଭିଜାସ୍ୱରରେ ବୋଧ ଦେଇ କହିଲା, ଯେତେବେଳେ ପିଲାବେଳୁ ସାଥି ହୋଇ ରହିବ ।ଯୋଗୁ ପଶୁ ଯୋଡିକ ଦୋସ୍ତ୍ ହୋଇପାରିଛନ୍ତି ତୁମେ ଦୁହେଁ ଘନିଷ୍ଠ ମିତ୍ର ହୋଇପାରନି କାଇଁକି ? ରୋହଣ ତା` ଭୁଲଟିକୁ ବୁଝିପାରିଲା । ପୁଣି ଦୁହେଁ ଯାକ ସାଙ୍ଗ ବନିଗଲେ ।

ଶିକ୍ଷା -ପିଲାଏ ! ବିପରୀତ ସ୍ୱଭାବର ଲୋକେ ମଧ୍ୟ ଏକା ସଙ୍ଗରେ ରହିଲେ ଧୀରେ ଧୀରେ ସେମାନେ ପରସ୍ପର ସହିତ ତାଳମେଳ ରକ୍ଷାକରି ଏକାଠି ବସବାସ କରନ୍ତି । ସେମାନେ ପରସ୍ପରର ଅନ୍ତରଙ୍ଗ ମିତ୍ର ବନିଯାଆନ୍ତି । ସେଥିପାଇଁ ଆମେ ସଭିଏଁ ଏକତ୍ର ମିଳିମିଶି ରହିବା ଦରକାର ।

∎

ପ୍ରାକ୍ତନ ଅତିରିକ୍ତଶାସନ ସଚିବ,ଓଡିଶାସରକାର

ଲକ୍ଷ୍ମୀସାଗରକେନାଲରୋଡ ,ଲେନ୍ ନଂ-୦୯

ପ୍ଲଟ ନଂ-୪୫୬

ଭୁବନେଶ୍ୱର ,ମୋବାଇଲ ନଂ-୯୪୩୮୩୩୨୧୩୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion