ଗପ
ଏକାମ୍ରର ରୁକୁଣା ରଥଯାତ୍ରା

ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜଙ୍କର ଏକାମ୍ରରେ ପାଳନ କରାଯାଏ ରୁକୁଣା ରଥଯାତ୍ରା। ଏହିଦିନ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁ ବାସୁଦେବ ଦେବୀ ରୁକୁଣା ରଥରେ ବିଜେ ହୋଇ ବଡ଼ଦାଣ୍ଡରେ ଭଗବାନ ଶ୍ରୀରାମଙ୍କର ପ୍ରତିଷ୍ଠିତ ମନ୍ଦିର ରାମେଶ୍ବର ପୀଠକୁ ଯାତ୍ରା କରିଥାନ୍ତି। ଏହି ଯାତ୍ରାକୁ ରୁକୁଣା ରଥଯାତ୍ରା କୁହାଯାଏ। ଭଗବାନ ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଆସି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରି ନିବେଦନ କରିଥିଲେ ଯେ, ଶିଵ ଶଙ୍କର ବର୍ଷକରେ ରାମେଶ୍ବର ପୀଠ କୁ ଯାତ୍ରା କରି ଆସିବେ। ଭଗବାନ ଲିଙ୍ଗରାଜ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କର ବଚନ ରଖି ଏହି ଯାତ୍ରା କରିଥାନ୍ତି। ସେହି ଉପଲକ୍ଷେ ଏହି ରଥଯାତ୍ରା ପାଳିତ ହୋଇଆସୁଛି। ଅଶୋକାଷ୍ଟମୀ ରଥଯାତ୍ରା ପାଞ୍ଚଦିନ ଧରି ପାଳିତ ହୋଇଥାଏ। ଶେଷ ଦିନରେ ଭଗବାନ ଲିଙ୍ଗରାଜ ମହାପ୍ରଭୁ ରୁକୁଣା ରଥରେ ବାହୁଡା଼ ଯାତ୍ରା କରି ମନ୍ଦିର କୁ ଫେରି ଆସିଥାନ୍ତି। ରୀତିନୀତି ମତେ ଲିଙ୍ଗରାଜ ମହାପ୍ରଭୁ ବାସୁଦେବ ଦେବୀ ରୁକୁଣା ମନ୍ଦିର କୁ ବିଜେ କରନ୍ତି। ଅତୀତ କାଳରୁ ରୁକୁଣା ରଥଯାତ୍ରା ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପାଳିତ ହୋଇଆସୁଛି।

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
23-05-2024 / 09:37:11
ଵଡ଼ ଭାଇ! ଅଶୋକାଷ୍ଟମୀ ଓ ରୁକୁଣା ରଥ ସମ୍ପର୍କରେ ଆମକୁ କିଛି ଅଜଣା କଥା ଜଣାଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଉ ଟିକେ ବିସ୍ତୃତ ଭାବେ କହିଥିଲେ ଭଲ ହୋଇଥାନ୍ତା।
କୁଞ୍ଜବିହାରୀ ସାହୁ
06-05-2024 / 23:39:16
ଅଧିକ ଲେଖିଥିଲେ କିଛିଅଜଣା ଖବର ଜାଣିଥାନ୍ତି
ସମ୍ପାଦନ ମଣ୍ଡଳୀ
03-05-2024 / 17:08:25
ତ୍ରୁଟି ଗୁଡିକ ଦର୍ଶାଇ ଥିବାରୁ ଧନ୍ୟବାଦ ଦୀନବନ୍ଧୁ ବାବୁ! ସଂଶୋଧନ କରାଯାଇଛି ।
Dinabandhu Poi
03-05-2024 / 04:01:32
ସଂକ୍ଷିପ୍ତରେ ବହୁକଥା, ଦୂର କଲା ମନୁ ବ୍ୟଥା, ମହାପ୍ରଭୁ ଶ୍ରୀରାମଚନ୍ଦ୍ର କର .ଏହି ବଚ଼ନରଖି ଯାତ୍ରା କରିଥାନ୍ତି, କର ଟି ଙ୍କର ହୋଇଥାଆନ୍ତା ବୋଧେ, ପାନଚ -ପାଞ୍ଚ ବୋଧେ ହୋଇଥାଆନ୍ତା । ନମସ୍ତେ