କବିତା
ତୋର ରଥ ଗଡିବ

ପବିତ୍ର ତୋ ପୁରୀ ଧାମ
ମୋର ପାଦ ପଡିବ
ମୁଁ ଦେଖିବି ରଥଯାତ
ତୋର ରଥ ଗଡିବ ||
ଦେଖିଲେ ତୋ କଳାମୁଖ
ଭୁଲିଯିବି ଦୁଃଖତ
ପାଇଯିବି ମୋ ଜୀବନେ
ସବୁ ଶାନ୍ତି ସୁଖତ ||
ଶରଧାବାଲିରେ ଯାଇ
ଗାଇବି ତୋ ଗୀତରେ
ଦୁନିଆରେ ତୁ ମୋ ସଖା
ତୁହି ବନ୍ଧୁ ମିତରେ ||
ଲଗାଇ ଦେ ଡୋରି ତୋର
ନେଇଯା ତୋ ପାଖକୁ
କାନ ଡେରି ଶୁଣ ଥରେ
ଏ ଦୁଃଖୀର ଡାକକୁ ||
ପହଣ୍ଡୀରେ ହଲି ଝୁଲି
ଆସିଵୁ ତୁ କାଳିଆ
ଭକତର ଜୀଵଧନ
ତୁଯେ ସୁନାଥାଳିଆ ||
ତତେ ଦେଖି ହେଵ ଆଖି
ଛଳଛଳ ଲୁହରେ
ଭାସିଯିଵି କଳାକାହ୍ନୁ
ତୋର ପ୍ରେମ ସୁଅରେ ||
ଦୁରେ ଥାଇ ଡାକୁଅଛି
ଡାକ ମୋର ଶୁଣିବୁ
ମୋ ମଥାରେ ଆଶିଷର
ବାରିଧାରା ବୁଣିବୁ ||
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
04-07-2026 / 18:24:32
ଆପଣଙ୍କର ସବୁ କବିତା ପରି ଏହା ମଧ୍ୟ ଏକ ସୁନ୍ଦର କବିତା।
ଜୟକୃଷ୍ଣ ସାହୁ
02-07-2026 / 20:41:57
ରଥ ଯାତ ଉପରେ ଅତି ସୁନ୍ଦର କବିତା। ମନକୁ ବେଶ ଛୁଇଁଲା। ଧନ୍ୟବାଦ ପ୍ରଶାନ୍ତ।