କବିତା
ଭକ୍ତ ହୁଏ ଖୁସିରେ

ଗୁଳୁ ଗୁଳି ଖରାରେ
ଠାକୁର ଗାଧୋଇ ଥାନ୍ତି
ଶହେ ଆଠ ଗରାରେ
ସାରି ସ୍ନାନ ଯାତରା
ଜ୍ଵର ରେ ପଡନ୍ତି ପୁଣି
ତିନି ଦିଅଁ ବିଚରା
ଘୋଡ ଲାଗି ହୁଅନ୍ତି
ଅଲାର ନାଥ ପୀଠରେ
ଦରଶନ ଦିଅନ୍ତି
ଖାଇ ପଥି ପାଚନ
ସୁସ୍ଥ ହୋଇ ଫେରେ ତାଙ୍କ
ରୂପ ନବ ଯୌବନ
ଭକତ ଙ୍କ ପାଇଁକି
ଦରଶନ ଦେବା ପାଇଁ
ଆସନ୍ତି ସେ ଧାଇଁକି
ବସି ତିନି ରଥରେ
ବଡ଼ ଦାଣ୍ଡେ ବୁଲିବାକୁ
ହୁଏ ରଥ ଯାତରେ
ରହି ପୁଣି ବାଟରେ
ମାଉସୀ ମା ପୋଡ଼ ପିଠା
ଖାଇ ପୁରେ ପେଟରେ
ହୁଏ ଘୋଷ ଯାତରା
ଟାଣ ଟାଣ ଖରା ନାହିଁ
ଝରେ ବର୍ଷା ଅସରା
ରହି ଜନ୍ମ ବେଦୀ ରେ
ନବଦିନ ଯାତ୍ରା ସାରି
ଫେରନ୍ତି ଶ୍ରୀ ମନ୍ଦିରେ
ସୁନାବେଶ ହୁଅନ୍ତି
ଭାଇ ଭଉଣୀ ଙ୍କ ସାଥେ
ରସଗୋଲା ଖାଆନ୍ତି
ମିଠା ନେଇ ଖୁସିରେ
ମା ଲଷ୍ମୀଙ୍କ ରୋଷ କୁ
ଭାଙ୍ଗନ୍ତି ସେ ହସିରେ
ଭକ୍ତ ହୋଇ ହରଷ
ଆସିବାକୁ ମନ କରେ
ପୁଣି ଆର ବରଷ.......
ନୀଳଚକ୍ର ନଗର, ଅଠର ନଳା
ପୁରୀ -752002
9337696227

ଲେଖା ସମ୍ପର୍କୀୟ ମତାମତ