Skip to content
ଶିଶୁ କିଶୋର

କବିତା

ପହିଲି ବରଷା

ପହିଲି ବରଷା

ପହିଲି ବରଷା ଆଷାଡ ମାସେ
ଚାଷୀ ଚାଷ କରି ମୁରୁକି ହସେ।
ବିଲେ ମାତି ଥାନ୍ତି ସାଜ ସଜ୍ଜା ରେ
ସକାଳୁ ସନ୍ଧ୍ୟା ରହିକି ମଜାରେ।
ଆଷାଡେ ହୁଅଇ ରଥ ଯାତରା
ରାଜା ଦେଉଥାନ୍ତି ଛେରା ପହରା।
ରଶିଟାଣି ଭକ୍ତେ ଲଭି ମୁକତି
ଜୀବନେ ଲଭନ୍ତି ଅପୂର୍ବ ଶାନ୍ତି।
ଏହି ମାସେ ପଡ ଇ ନେତ୍ରୋତ୍ସବ
ପୁଣି ନବଯୌବନ ଦେଖା ହେବ।
ଏଣେ ତେଣେ ମାଟି ଓଦା ହୁଅଇ
ଶୀତଳ ପବନେ ଖୁସି ଲାଗ ଇ।
ଆମେ ଶିଶୁ କୁଳ ଏକାଠି ମିଶି
ଡଙ୍ଗା ଭସାଇବା ହୋଇକି ଖୁସି।
ପଢା ବେଳେ ପାଠ ପଢିବା ନିତି
ଖେଳ ବେଳେ ଖେଳି ଲିଭିବାଶାନ୍ତି।
∎
ଟିଟିଲାଗଡ଼,ବଲାଙ୍ଗୀର

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

09-07-2026 / 16:43:23

ଋତୁ ପର୍ବଗୁଡିକର ସୁନ୍ଦର ବର୍ଣ୍ଣନା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion