କବିତା
ତ୍ରିରଙ୍ଗାର ତାଳଲୟେ

ତ୍ରିରଙ୍ଗାର ତାଳଲୟେ
ଅଗଷ୍ଟ ପନ୍ଦର ଗୀତଟେ ଗାଇ
ମୋ ଦେଶ ବାରତା କହେ
ତ୍ରିରଙ୍ଗାର ତାଳଲୟେ। (0)
ମୋ ଦେଶର ଇତିହାସ
ବୁଝିଛି ପରା ଏ ବିଶ୍ବ
ଗୋଟିଏ କୁଟୁମ୍ବ ଏ ଧରଣୀ ସାରା
ଏମିତି ବାରତା ଦିଏ
ତ୍ରିରଙ୍ଗାର ତାଳଲୟେ। (1)
ସ୍ବାଧୀନ ଭାରତ ଆମ
ଅନେକରେ ଏକ ନାମ
ସବୁରି କଣ୍ଠରେ ଦେଶମାତୃକାର
ଜୟ ଜୟକାର ଶୋହେ
ତ୍ରିରଙ୍ଗାର ତାଳ ଲୟେ। (2)
∎
ଖଣ୍ଡଗିରି (ଡୁମୁଡୁମା - କ)
ଭୁବନେଶ୍ବର – 751030, (ମୋ - 9777968719)

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
02-08-2024 / 20:02:11
ସୁନ୍ଦର କବିତା। ମନକୁ ଛୁଇଁଲା।
ଡଃ ବିଜୟା ପାତ୍ର
01-08-2024 / 10:36:07
ଭଲ ହେଇଛି। ମନକୁ ପାଇଲା।
Sanjukta parichha
01-08-2024 / 09:59:34
ସ୍ବାଧିନତା ଦିବସର କବିତା ଭଲ ଲାଗିଲା ।