କବିତା
ତାକ୍ ଧିନ୍ ଧା

ଝାଇଁକି ଝୁମ୍ପା
ଗୁଆଖୋଳପା
ଦୋଳିରେ ଝୁଲୁଛି
ଝୁମୁରୀ ଅପା
ଗୋଡରେ ନାଇଛି
ଖୋଳପା ଯୋତା
ନାଲି ଅଳତା। ୧
ଧାଇଁକିଡିକି
ଧାଇଁ କଡିକି
ଝୁମୁରୀ ଯାଇନି
ପାଠ ପଢିକି
ଠୁକୁ ଠୁକୁ ଚାଲେ
ବାଡିକୁ ଧରି
ବାଜେ ଘାଗୁଡ଼ି। ୨
ଧୁଙ୍ଗୁ ଧାଙ୍ଗୁଡି
ଧୁଙ୍ଗୁ ଧାଙ୍ଗୁଡି
ଝୁମୁରୀ ଖେଳୁଛି
ଡାଳ ମାଙ୍କୁଡ଼ି
ଟିଣ ଢାଏଁ ଢାଏଁ
ପିଲାଙ୍କ ତାଳି
ଭାରି ଗହଳି। ୩
ଉଦୁ ଉଦୁମା
ତାଳ ଗୋଟମା
ଗୋଡ ହାତ କିଛି
ହଉନି ଜମା
ପାଣିରେ ପହଁରି
ବାଲିରେ କୁଦା
ତାକ୍ ଧିନ୍ ଧା। ୪
ଚୁନୁରୁ ମୁନୁ ରୁ
ଖଇର କାତି
ଝୁମୁରୀ ର ନାହିଁ
ଜାତି ଅଜାତି
ସଭିଙ୍କର ସେତ
ଆଦର ମଣି
ଝୁମୁରୀ ରାଣୀ। ୫
∎
ନୀଳ ଚକ୍ର ନଗର, ପୁରୀ
୮୯୧୭୪୬୦୦୪୮

ଲେଖା ସମ୍ପର୍କୀୟ ମତାମତ
ସୁସ୍ମିତା ପଟେଲ
08-08-2024 / 13:08:15
ବହୁତ ସୁନ୍ଦର କବିତା
ହଂସନାଥ ମୁଦୁଲି
02-08-2024 / 20:57:18
ସୁନ୍ଦର।
ଜୟକୃଷ୍ଣ ସାହୁ
01-08-2024 / 22:14:17
ପିଲାଙ୍କ ମନୁକୁ ଛୁଇଁଲା ଭଳିଆ କବିତା। ବହୁତ ଭଲଲାଗିଲା।
ଧନଞ୍ଜୟ ସ୍ୱାଇଁ
01-08-2024 / 13:38:29
ଅତି ସୁନ୍ଦର
ଡଃ ବିଜୟା ପାତ୍ର
01-08-2024 / 10:03:34
ଭଲ ଲାଗିଲା। ଢଗଢମାଳି ଷ୍ଟାଇଲ ରେ ଟିକେ ହେଇଛି।