Skip to content
ଶିଶୁ କିଶୋର

କବିତା

ସାଧବ ବୋହୂ

ସାଧବ ବୋହୂ

ସାଧବ ବୋହୂ ଲୋ
ସାଧବ ବୋହୂ,
ଘୋର ନିଦାଘରେ
କୋଉଠି ଥାଉ,
ବରଷା ଝରିଲେ
ନାଲିପାଟ ପିନ୍ଧି
ମନ ଖୁସିରେ ତୁ
ବାହାରିଯାଉ!
ସାଧବ ବୋହୂ ଲୋ
ସାଧବ ବୋହୂ,
ପାଟ ଦିଶେ ତୋର
କି ଦାଉ ଦାଉ!
ଶିଖେଇଦେ ମୋତେ
କେଉଁ ସାବୁନରେ
ପାଟଟି ଧୋଉ ତୁ
ପାଟଟି ଥୋଉ ।
ସାଧବ ବୋହୂ ଲୋ
ସାଧବ ବୋହୂ ,
ସତରେ ବଢିଆ
ତୋହରି ବୋଉ,
ଶିଖେଇ ଦେଇଛି
କେତେ ଭଲ କଥା
ଦୁଧ - ସର - ଭାତ
ଖୋଉ ଖୋଉ ।

∎
ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ରାଜେଶ୍ବରୀ ଦଳେଇ

07-08-2024 / 12:01:59

ବହୁତ ଭଲ ଲାଗିଲେ

ଜୟକୃଷ୍ଣ ସାହୁ

01-08-2024 / 22:10:50

ଚମତ୍କାର। ବହୁତ ଭଲଲାଗିଲା।

ଦୀନବନ୍ଧୁ ପୋଇ

01-08-2024 / 17:35:52

ସତରେ ସାଧବ ବୋହୂ ଯେମିତି ମନକୁଟାଣି ରଖେ କର୍ବିତାଟି ସେମିତି ମନକୁ ମୋହି ନେଲା ।

ଡଃ ବିଜୟା ପାତ୍ର

01-08-2024 / 10:01:44

ବହୁତ ଭଲ ଲାଗିଲା।

Radhamadhab Rath.

01-08-2024 / 09:42:59

Fantastic poem RMRath.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion