କବିତା
ଗାଆଁ ପରି ଜାଗା କେଉଁଠି ନାହିଁ

ଗାଆଁ ପରି ଜାଗା କେଉଁଠି ନାହିଁ
ମମତା ଭରା ସେ ସରଗ ଭୂଇଁ ।
ତା କୋଳ ମଧୁର ମଳୟ ଭରା,
ସୁଖଶାନ୍ତିର ସେ ନଈର ଧାରା ।
ଦାଣ୍ଡ ଧୂଳି ତାର ଶରଧାବାଲି,
ଆନନ୍ଦ ଝରଇ ହୋଇଲେ ବୋଳି।
ଚାରିପଟେ ତାର ବଣ ପାହାଡ଼,
ସବୁଜ ଶୋଭାର ସୁନ୍ଦର ଗଡ ।
ଏଇଠି ମିଳଇ ଜେଜୀମା ହସ,
ଜେଜେଙ୍କ ଧୋତି ଓ କମିଜ ବେଶ ।
ମାଆ ହାତ ତିଆରି ମଣ୍ଡା ଚକୁଳି,
ସୁଆଦେ ତାହାର କେ ହେବ ସରି?
ପୁନେଇଁ ପରବ ହୁଏ ପାଳନ,
ସବୁ ଦିନ ଲାଗେ ଋତୁ ପାର୍ବଣ ।
ଗାଆଁର ଆଦର ନାହିଁ ସହରେ,
ଜୀବନ ଦେବି ମୁଁ ତାର ସେବାରେ ।
∎
ମୋବାଇଲ- ୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ