Skip to content
ଶିଶୁ କିଶୋର

କବିତା

ପିଲାଟି ବୋଲି

ପିଲାଟି ବୋଲି

ପିଲା ଥିଲି,କଲି କାଗଜ ଚକିରୀ
ପବନରେ ଘୁରେ ଘାଉଁରି
ପଙ୍ଖା ଘୁରଇ ବିଜୁଳି ବଳରେ
ଯେମିତି ଘୁରେ ମୋ ଚକିରୀ।

ପିଲା ଥିଲି, କଲି କାଗଜ ଡଙ୍ଗା
ପାଣିରେ ଦୋହଲି ଭାସିଲା
ନଉକା, ବୋଇତ, ଜାହାଜ ଭାସୁଛି
ଥାଉ କି ନ ଥାଉ ଆହୁଲା।
କାଗଜରେ ଗଢ଼ା ଉଡ଼ାଜାହାଜକୁ
ଉଡାଇଲା ନେଇ ପବନ
ଆକାଶେ ଉଡୁଛି ଉଡ଼ାଜାହାଜଟା
ସତ ହୋଇଗଲା ସପନ।
ମୋ ଛୋଟ ମନରେ ଲୁଚିଅଛି କେତେ ବଡ଼ ବଡ଼ କଥା ସତରେ
ପିଲାଟି ବୋଲିକି ନାଆଁ ମୋର ନାହିଁ
କେଉଁ ବିଜ୍ଞାନ ବହିରେ।
∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ।

03-03-2026 / 19:48:32

ଭଲହେଇଛି ବିଜ୍ଞାନ ଭିତ୍ତିକ କବିତାଟି

Dinabandhu poi

03-03-2026 / 04:36:32

ବିଜ୍ଞାନ ବହିରେ ନ ରହିଲ ନାହିଁ ଅଛ ତୁମେ କବି ତୁଣ୍ଡରେ ଯେତେ ବୁଦ୍ଧିଅଛି କବି ଖୋଲିଦେବେ ରହିଅଛି ଯାହା ତୁମ ମୁଣ୍ଡରେ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion