କବିତା
ନୂଆ ବର୍ଷ ତୁମେ ନିଶ୍ଚୟ ଆସିଵ

ନୂଆ ବର୍ଷ ତୁମେ ନିଶ୍ଚୟ ଆସିଵ
ଏ କଥା ଆମକୁ ଜଣା
ଆମ ଘର ଆଡ଼େ ଵୁଲି ଆସିବାକୁ
ନ କରିଵ ମନ ଊଣା
ତୁମକୁ ଦେଖିବା ପାଇଁ,
ଜାନୁଆରୀ ମାସ ପହିଲା ତିଥିକୁ
ଵସିଅଛୁ ଆମେ ଚାହିଁ।
ଚଵିଶି ରହିଲା ଗୋଟିଏ ଵରଷ
ଯାହା ସୁଖ ଦୁଃଖ ଦେଲା
ତାହା ସଵୁ ଆମ ଦିନପଞ୍ଜିକାରେ
ଲେଖା ହୋଇ ରହିଗଲା
ଆମ ଭାଗ୍ୟ ତୁମ ହାତେ,
ତୁମେ ଜାଣିଥିବ କେତେ ସୁଖ ଦେଵ
କେତେ ଦୁଃଖ ଦେଵ ସତେ।
ଭାଇ ଆଣିଛନ୍ତି ନୂଆ କ୍ୟାଲେଣ୍ଡର
ତୁମରି ସ୍ଵାକ୍ଷର ଥାଇ
ଵାପା ଆଣିଛନ୍ତି ଡାଏରୀ ଦୁଇଟା
ବହିଦୋକାନକୁ ଯାଇ
ଅପା ସଜାଇଛି ଘର,
ଅଭ୍ୟର୍ଥନା କରି ଵରିଵୁ ତୁମକୁ
ଦେଇ ଶ୍ରଦ୍ଧା ଉପହାର।
ଗାଆଁ ଠୁ ସହର ଉଠୁଛି ପଡୁ଼ଛି
ତୁମ ଶୁଭ ଆଗମନେ
ଉଛୁଳି ଉଠୁଛି ମଧୁର ମୂର୍ଚ୍ଛନା
ତୁମ ଅଭ୍ୟର୍ଥନା ଗାନେ
ଦିଅ ପାଦ ଥାପି ଥରେ,
ଖୁସିର ଲହରୀ ଖେଳିଯାଉ ଆଜି
ସମସ୍ତଙ୍କ ଘରେ ଘରେ।
∎
କପିଳ ପ୍ରସାଦ, ଭୁବନେଶ୍ୱର -୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ