କବିତା
ହେ ନୂଆ ସକାଳ

ସରସ ମନରେ ବିରସ ନ ଆସୁ
ହରଷେ ଜୀବନ ହସୁ
ଏ ନୂଆ ବରଷ ଦେଇ ତା ପରଶ
ନବ ଆଲୋକରେ ବର୍ଷୁ ।
ଏଆଲୋକ ପଡି ଦେଉ ସିଏ ପୋଡି
ମନର କଳୁଷ ବନ
ଫୁଟି ଉଠୁ ହୃଦେ ପ୍ରେମର କମଳ
ଛୁଇଁ ଯାଇ ସବୁ ମନ ।
ଏଆଲୋକ ହେଉ ସତ୍ୟ ନ୍ଯାୟ ଶାନ୍ତି
ସ୍ନେହ ସରଧାର ଧାରା
ଜଣ ଜଣ କରି ସବୁ ପ୍ରାଣ ଛୁଉଁ
ବହୁ ସେ ଜଗତ ସାରା ।
ଅସତ୍ ନିଶିର ବୁକୁ ଚିରି ଦେଉ
ପ୍ରେମର ଗାଉ ସେ ଜୟ
ପ୍ରେମର ରଜ୍ଜୂରେ ବାନ୍ଧି ଦେଉ ସିଏ
ବିଶ୍ୱ ହେଉ ପ୍ରେମ ମୟ ।
ଆସ ଆସ ତୁହି ହେ ନୂଆ ସକାଳ
ସେ ନୂଆ ସୁକାଳ ନେଇ
ଶୋଇ ଯାଇ ଅଛି ଅନ୍ତରର ଆତ୍ମା
ଆଜି ଯାଅ ଚେଇଁ ଦେଇ ।
∎
ଭଅଁରା, ଭୁରୁଙ୍ଗା, ଯାଜପୁର-755017.
SSPL, DRDO, TIMARPUR.
DELHI-110054 / 9540236646

ଲେଖା ସମ୍ପର୍କୀୟ ମତାମତ