କବିତା
ଘୁମୁରୁ ଘୁମୁରୁ ପାରା

ଘୁମୁରୁ ଘୁମୁରୁ ପାରା ରେ
ଆ ଉଡ଼ି ଆ ପୁରୁ ପାଖକୁ
ଦେଇ ଦେ ଟିକେ ଧରା ରେ ।
ଖୁଦ ଚାଉଳ ଖାଇବୁ ତୁହି
ଦିଅନ୍ତି ମାଆ ତୋତେ ଦେଖେଇ
ପୁରୁ କୁ ପରା ଖେଚେଡି ଖୋଇରେ ।
ଉଡ଼ି ବୁଲିଲୁ ସାରା ଆକାଶ
ନ ଥିବୁ ଖାଇ ନଥିବୁ ପିଇ
ଭୋକ ଲାଗି ବଣି ପରା ରେ
ଘୁମୁରୁ ଘୁମୁରୁ ପାରା ରେ |
ଦୁହେଁ ମିଶି କି ଖୁସିରେ ଖାଇ
ଆସ ପାଖକୁ ମିତ ଟେ ହୋଇ
ଲୋଟଣି ପାରା ତୋ` ନାଁ ରେ |
∎

ଲେଖା ସମ୍ପର୍କୀୟ ମତାମତ