Skip to content
ଶିଶୁ କିଶୋର

କବିତା

ଟିକି ବନ ଝରଣା

ଟିକି ବନ ଝରଣା

ହସି ହସି ଟିକି ବନ ଝରଣାଟି 
ପାହାଡ଼ କୋଳରୁ ଝରି 
ନୂଆ ଦୁନିଆକୁ ଚାହିଁଲା ଘଡ଼ିଏ 
ଆଖି ମିଟି ମିଟି କରି,
କୁନି ଝିଅଟିଏ ପରି 
ଆନମନା ହୋଇ ଧାଇଁଲା ଆଗକୁ 
ଅସୁମାରି ଆଶା ଭରି।
ଟିକି ତନୁ ତା`ର ଝଲସି ଉଠିଲା 
ସୂରୁଯ କିରଣ ପାଇ 
ପ୍ରବଳ ବେଗରେ ଆହୁରି ଧାଇଁଲା 
କୁଳୁ କୁଳୁ ଗୀତ ଗାଇ,
କେତେ ପଶୁ ଆଉ ପକ୍ଷୀ 
ସଭିଙ୍କୁ ଆଦରେ ଜଳ ଦାନ କଲା 
ଦେଲାନି କାହାକୁ ଠକି।
ଦୁଇ କଡ଼େ ଥିବା ଗଛଲତାଙ୍କୁ ସେ 
କହିଲା ମନର କଥା 
ଟିକିଟିଏ ବୋଲି ସେମାନଙ୍କ ଆଗେ 
ନୁଆଁଇଲା ଧିରେ ମଥା,
ଚାଲିଲା ଆଗକୁ ବହି 
ଫେରି ପାରିଲାନି ଆଉ ସେ ପଛକୁ 
ଦେଖିଦେଲା ଯେବେ ନଈ।
∎
ଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ ସୁବୁଦ୍ଧିସାହି, ଜଗମୋହନପୁର, କେନ୍ଦୁଝର -୮୪
ମୋ – ୮୨୪୯୩୮୭୯୭୩

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

23-10-2025 / 20:05:54

ଅତି ସୁନ୍ଦର ଲାଗିଲା କବିତା ଟି

ମୋହନ କୁମାର ବାପି

02-10-2025 / 21:54:47

ଅତି ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion