କବିତା
ବାଘମାମୁ ଦିନେ

ବାଘମାମୁ ଦିନେ ବୁଲି ବାହାରିଲା
ପହଞ୍ଚିଲା ଯାଇ ବଜାର
ଦେଖିଲା ଦୋକାନ ଗାଡ଼ି ମୋଟର ତ
ଲୋକ ଯେ ହଜାର ହଜାର ।
ଭାବିଲା ମନରେ ସହରଟା ଭଲ
ଅଛି ସୁଖ ଶାନ୍ତି ବହୁତ
ଏଇଠି ରହିବି ରାଜା ବୋଲାଇବି
ବଢିଯିବ ମାନ ମହତ ।
ଗରଜିଲା ସିଏ ଚାରିଆଡ ଚାହିଁ
ମନରେ ଆନନ୍ଦ ଖେଳାଇ
ଲୋକମାନେ ଦେଖି ବାଘକୁ ନିକଟେ
ଏଣେ ତେଣେ ଗଲେ ପଳାଇ
ଜଙ୍ଗଲ ବିଭାଗ ଅଧିକାରୀ ଆସି
ବାଘକୁ ଯେ କାବୁ କରିଲେ
ବୁଦ୍ଧି ଖଟାଇକି କେଡେ କଉଶଳେ
ପିଞ୍ଜରା ଭିତରେ ଭରିଲେ
ବାଘମାମୁ ଏବେ କୁଆଡେ଼ ବା ଯିବ
ଅକାରଣେ ବୁଦ୍ଧି ହଜିଲା
ଜଙ୍ଗଲ ମୋହର ଭାରି ଭଲ ଥିଲା
ସହରଟା ମନ୍ଦ ହେଜିଲା
ନିଜ ମାତୃଭୂମି ନିଜର ଗୋୖରବ
ଥିଲେ ଥାଉ ପଛେ ଅଭାବ
ପର ରାଇଜରେ ଭାଉ ଦେଖାଇଲେ
ତୁଟି ଯାଏ ସବୁ ବିଭବ ।।
ଗ୍ରାମ/ପୋ -ତୋଟାପଡା
ଭାୟା -ଘଣ୍ଟେଶ୍ଵର
ଜିଲ୍ଲା -ଭଦ୍ରକ -୭୫୬୧୨୯
ମୋ ୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
02-10-2025 / 21:51:57
ଖୁବ୍ ସୁନ୍ଦର ଶିଶୁ ମନଲାଖି କବିତା
ସ୍ୱର୍ଣ୍ଣଲତା ତ୍ରିପାଠୀ
02-10-2025 / 19:42:02
ବହୁତ୍ ସୁନ୍ଦର ଶିକ୍ଷଣୀୟ କବିତା ।
ହରିପ୍ରିୟା ପଟ୍ଟନାୟକ
01-10-2025 / 22:15:07
ବହୁତ ସୁନ୍ଦର ଶିକ୍ଷାପ୍ରଦ କବିତା।