Skip to content
ଶିଶୁ କିଶୋର

କବିତା

ରଜ ପରବ

ରଜ ପରବ

ବୋଉ ଡାକିଦିଏ ସକାଳୁ ସକାଳୁ
ଆଜି ତ ପହିଲିରଜ
ଯାଆ ଧନ! ମୋର ସହଳ ସହଳ
ହୋଇଜା ତୁ ସଜବାଜ
ବନାଇଛି ପୋଡ଼ପିଠା,
ବଜାରକୁ ଯାଇ ଆଣିଛନ୍ତି ବାବା
ଭଳିଭଳି କେତେ ମିଠା।
ଦୋଳିଟିଏ ଆଣି ବାନ୍ଧିଦେଇ ଅଛି
ବାଡ଼ି ଆମ୍ବ ଡାଳେ ଭାଇ
ଯାଇ ରଜଦୋଳି ଖେଳିବୁ ଖୁସିରେ
ସଂଗେ ସାଙ୍ଗସାଥୀ ନେଇ
ଭାଉଜ ବସିଛି ଚାହିଁ,
ପାଦରେ ପାଉଜି ଅଳତା ଲଗାଇ
ବେଶ କରିଦେବା ପାଇଁ।
ପାନର ସୁଆଦ କେଜାଣି କାହିଁକି
ରଜରେ ନିଆରା ଲାଗେ
ରଜପାନ ଖାଇ ମଜା ନେବାପାଇଁ
ମନରେ ପୁଲକ ଜାଗେ
ଆମ ମନକଥା ଜାଣି,
ମୋ ସୁନାଭାଉଜ ଦୁଇଚାରିଖଣ୍ଡ
ଭାଙ୍ଗି ଦେଇଥାନ୍ତି ଆଣି
ଗାଆଁଦାଣ୍ଡ ପଡ଼େ ଫାଟି,
ପଶା ତାଆସର ଖେଳର ଆସରେ
ସରବେ ଥାଆନ୍ତି ମାତି।
∎
କପିଳ ପ୍ରସାଦ,ଭୁବନେଶ୍ବର-୨
ମୋ-୯୯୩୭୦୯୨୩୯୭.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

31-05-2025 / 10:51:28

ନମସ୍କାର ରଘୁଭାଇ। ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ।

ରଘୁନନ୍ଦନ ମହାପାତ୍ର।

31-05-2025 / 10:03:51

ରଜ ର ଏକ ସୁନ୍ଦର ପାରମ୍ପରିକ ଛବି। ପରିବାରରେ ହସ ଖୁସି ର ଦିନ। ସୁନ୍ଦର ଉପସ୍ଥାପନା। ଧନ୍ୟବାଦ ଜଣାଉଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion