କବିତା
ରଜ ପରବ ଆମ ଗରବ

ପିଠା ତ ପିଠା
ସବୁଠୁ ମିଠା
ପୋଡ଼ପିଠାଟି ଲାଗେ,
ଖାଇଛି ଯିଏ
ହସିଛି ସିଏ
ରଜ ପରବେ ପାଗେ । ୧
ପାନ ତ ପାନ
ମସଲା ପାନ
କଳରେ ଜାକିଦେଲେ,
ଚୋବାଏ ଯିଏ
ଖୁସିରେ ସିଏ
ମଜା ମଉଜେ ଖେଳେ । ୨
ଦୋଳି ତ ଦୋଳି
ବାଉଁଶ ଦୋଳି
ଯାଉଛି ଝୁଲି ଝୁଲି,
ଦୋଳିରେ ବସି
ମୁରୁକି ହସି
ଖେଳୁଛି ମିଲି, ଜୁଲି । ୩
ପୁଚି ଲୋ ପୁଚି
ଯାଆଲୋ ଘୁଞ୍ଚି
ସଙ୍ଗାତ ଗାଏ ଗୀତ,
ରଜ ପରବ
ଆମ ଗରବ
ସଭିଏଁ ଏଠି ମିତ । ୪
ପାତ୍ରପଡା, ଭୁବନେଶ୍ବର`
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-06-2025 / 17:02:12
ପୋଡ଼ପିଠା ରଜଦୋଳି ରଜପାନ। ସବୁର ସ୍ଵାତନ୍ତ୍ରତା ରଜ ପର୍ବରେ ଅନୁଭବ ହୁଏ। ତାହା କଵିତାଟିରେ ପ୍ରକାଶିତ ହୋଇଛି। ଭଲଲାଗିଲା। ଧନ୍ୟବାଦ।
ରଘୁନନ୍ଦନ ମହାପାତ୍ର।୯୪୩୯୭୧୯୮୭୯
31-05-2025 / 09:58:43
ଆମ ଓଡ଼ିଶା ର ଗଣ ପର୍ବ।ଆମ ପର୍ବପର୍ବାଣି ର ମହନୀୟତା ସୁଦୁର ପ୍ରସାରୀ। ସୁନ୍ଦର ସର୍ଜନା।ସରଳ ଭାଷାରେ ଉପସ୍ଥାପନା। ଧନ୍ୟବାଦ ଜଣାଉଛି।