କବିତା
ରଜ ମଉଜ

ଆଷାଢ଼ ମାସରେ ରଜ ସଜବାଜ
ଗହଳ ତୋଟାରେ ଲାଗିଛି ଦୋଳି
ମାଟି ପଲମ ରେ ତିଆରି କରିଛି
ପୋଡ଼ ପିଠା ବୋଉ ଯତନ କରି।
ପାଦ ଅଳତା ରେ ଚନ୍ଦନ ଚିତା ରେ
ସୁନ୍ଦରୀ ଦିଶନ୍ତି କିଶୋରୀ ଗଣ
ରଜ ପାନ ଖାଇ ଦୋ ଳି ଗୀତ ଗାଇ
କଉଡି ଖେଳରେ କାଟନ୍ତି ଦିନ।
ନ ତ ନ ତ ଆମ୍ବ ପାଚିଲା ପଣସ
ସୁଆଦିଆ ଲା ଗେ ସପୁରୀ ଭାରି
ପକାଉ ପକାଉ ନୂଆ ତାଳ ସଜ
ପାଟିରେ ନିମିଷେ ଯାଏ ବ ତୁ ରି।
ବରଷା କୁ ଦେଖି ଚ ଷା ଭାଇ ଏବେ
ହଳ ଯୋ ଚି ଲା ଣି କ୍ଷେତ କୁ ପରା
ଦାଣ୍ଡ ଦୁଲୁ କେଇ ଜଗା ଆସୁଅଛି
ଚାଲ ଦେଖି ଯିବା ରଥ ଯାତରା।
ମାଟି ମଣିଷ ର କଥା କୁହେ ରଜ
ବରଷକେ ଥରେ ଆସିଛି ସିଏ
ହୁରି ପଡ଼ିଅଛି ଯାହା ଲାଗି ଏବେ
ଗାଆଁ ଠାରୁ ଦୂର ସହର ଯାଏ।।
∎
ମୋ -9437000636

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
31-05-2025 / 11:02:24
ଖୁବ୍ ଭଲ ଲାଗିଲା। ଗ୍ରାମ୍ୟ ଚେତନାରେ ଭରପୂର ହେଇଛି କବିତାଟି।
ଜୟକୃଷ୍ଣ ସାହୁ
31-05-2025 / 10:58:18
ରଜ ପର୍ବର ପାରମ୍ପରିକ ଚିତ୍ରଗୁଡ଼ିକ ଆପଣଙ୍କ କବିତାରେ ସୁନ୍ଦର ଭାବେ ପ୍ରତୀୟମାନ। ଭଲଲାଗିଲା। ଧନ୍ୟବାଦ।