କବିତା
ସୁସ୍ଥ ପରିବେଶ

ସକାଳ ହୋଇଲେ ଟାଇଁ ଟାଇଁ ଖରା
ଆକାଶୁ ପଡୁଛି ଝରି
ଅସମ୍ଭାଳ ସବୁ ଜୀବଜନ୍ତୁମାନେ
ଗଛଲତା ଯାଏ ମରି।।
ନଈନାଳ ସବୁ ଶୁଖିଲା ପଡିଛି
ବଢିବଢି ଯାଏ ତାପ
ପାଣି ଟୋପାଏ ପାଇଁ ଡହଳବିକଳ
ହେଉଅଛି ଅଂଶୁଘାତ। ।ଶୀତଳ ପବନ ମୁକ୍ତ ଜଳବାୟୁ
କେଉଁଠାରେ ମିଳୁନାହିଁ
ପରିବେଶ ସୁସ୍ଥ କିପରି ହୋଇବ
ଏ କଥା ଭାବନ୍ତି କେହି?
ପଥପ୍ରାନ୍ତେ ଆଉ ଗଛଟିଏ ନାହିଁ
ଧାଡି ଧାଡି କୋଠାଘର
ଶୀତଳ ପବନ ପାଇବା କେଉଁଠୁ
ସବୁଜିମା ହେଲେ ଦୂର।।
ସବୁଜ ସୁନ୍ଦର କରିବା ଧରାକୁ
ଗଛ ଲଗାଇବା ଆସ
ଗଛଟି ହସିଲେ ଜଗତ ହସିବ
ସୁସ୍ଥ ହେବ ପରିବେଶ। ।
∎
ନୀଳାଦ୍ରିବିହାର
ଭୁବନେଶ୍ବର---21(9937033750)

ଲେଖା ସମ୍ପର୍କୀୟ ମତାମତ
ଲକ୍ଷ୍ମୀକାନ୍ତ ଦଳେଇ
01-06-2026 / 22:55:16
ମନଛୁଆଁ। ସୁନ୍ଦର।
Haripriya Pattnaik
01-06-2026 / 16:23:39
ପରିବେଶ ସଚେତନତା ଧର୍ମୀ କବିତାଟି ଭଲ ଲାଗିଲା।