Skip to content
ଶିଶୁ କିଶୋର

କବିତା

ପାରା ଯୋଡ଼ିଏ

ପାରା ଯୋଡ଼ିଏ

ବଇଶାଖ ମାସ ଟାଣୁଆ ଖରା
କାହୁଁ ଉଡିଆସି ଯୋଡ଼ିଏ ପାରା
ଅଗଣାରେ ଗଲେ ବସି
ଗୁଟୁରୁ ଗୁଟୁରୁ ଡାକ ଦେଲାବେଳେ
ଦେଖି ମୁନା ହେଲା ଖୁସି ।।

ଘର ଭିତରୁ ସେ ବେଗେ ଆସିଲା
ଖରାକୁ ଖାତିର ଜମା ନ ଥିଲା
କହିଲା ପାରାଙ୍କୁ ରୁହ
ଖାଇବାକୁ ଦେବି ପିଇବାକୁ ଦେବି
ଘଡ଼ିଏ ଏଠାରେ ଥାଅ ।।

ଆଣିଲା ଘରୁ ସେ ପଇଡ଼ ପାଣି
ମିଠା ଘୋଳଦହି ସଜ ତୋରାଣି
ପାଚିଲା କଦଳୀ ମୁଢ଼ୀ
କହିଲା ଆଦରେ ଏତକ ଖାଅରେ
ଭୋକଶୋଷ ଯିବ ଛାଡ଼ି ।।

ଖାଇଲେ ପିଇଲେ ପାରା ଯୋଡ଼ିଏ
ଛାଇ ତଳେ ବସିଗଲେ ଘଡ଼ିଏ
ମୁନାକୁ କଲ୍ୟାଣ କଲେ
ତାର ଉପକାର କରିବାକୁ ଦିନେ
ମନେ ଭାବି ଉଡିଗଲେ ।।
∎
ଭୁବନେଶ୍ୱର
ମୋ – ୯୮୫୩୫୨୩୮୮୩

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଗୀତାଞ୍ଜଳିସ୍ୱାଇଁ

01-06-2026 / 19:58:40

କବିତା ଟି ବହୁତ ଭଲ ଲାଗିଲା.

Haripriya Pattnaik

01-06-2026 / 16:22:03

ଭଲଲାଗିଲା କବିତାଟି।

ଲକ୍ଷ୍ମୀକାନ୍ତ ଦଳେଇ

01-06-2026 / 12:33:33

ବହୁତ ସୁନ୍ଦର କବିତା

Dr. Bijaya patra

01-06-2026 / 09:02:03

ବହୁତ ଭଲ ଲାଗିଲା। ମନକୁ ଛୁଇଁଲା। ଧନ୍ଯବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion