କବିତା
ପଣତକାନି

ପଣତକାନି ରେ ପଣତ କାନି
ମୋ ମା`ର ପଣତ କାନି ।
ଦୁଖ ବେଦନା ପାରେନି ଜାଣି
ପାଖେ ପଶନ୍ତିନି ଭୂତ ଡାହାଣି ॥
ଖରା ବରଷା ଶୀତ କାକର
ଘୋଡ଼ାଇ ରଖେ ପଣତ ତାର ।
ଜର ରୋଗ ପାରେନି ଜାଣି
ଘୋଡେଇ ରଖେ ତା ପଣତ ଟାଣି ॥
ମୋ ମନ ଜାଣି କୁହେ କାହାଣୀ
ଶୋଇ ଯାଏ ଗପ ଶୁଣି ଶୁଣି ।
ଅଝଟିଆ ପଣ ଛାଡି ପାରେନି
ମାଡ଼ ଖାଇ ଲୁଚେ ପଣତ ଟାଣି ॥
ଭୁଲି ପାରିବି ନାହିଁ ତା ଆଦର
ହୁଏନି ସିଏ କେବେ ନିଷ୍କର
ରଖୁ ଥାଏ ସ୍ନେହ ଅପାର ।
ପଣତ ତାର ମୋ ଚାଦର ॥
ପଣତ ତାର ମୋ ରାଜ ଉଆସ
ଭୁଲାଏ ମୋର ଭୋକଶୋଷ ।
ପାଉଥିବି ସଦା ତା ପରଶ
ରହିବି ସଦା ହୋଇ ହସ ହସ ॥
∎
ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ
କିଶୋରୀ ମୋହନ କର
20-11-2024 / 21:45:50
ବହୁତ ସୁନ୍ଦର । ମନଛୁଆଁ । ନମସ୍କାର
ଶଶୀକାନ୍ତ ପଲାଇ
07-11-2024 / 08:28:14
ବହୁତ ସୁନ୍ଦର