କବିତା
ମାଙ୍କଡ ବିଲେଇ ଲାଗିଲେ କଳି

ମାଙ୍କଡ ବିଲେଇ ଲାଗିଲେ କଳି,
ଦୁହେଁ ଦେଉଥିଲେ ଦୁହିଁଙ୍କୁ ଗାଳି।
ଦୁହେଁ ଦେଉଥିଲେ ଦୁହିଁଙ୍କୁ ଗାଳି।
ବିଲେଇଟା ଠିଆ ଗଛର ତଳେ,
ମାଙ୍କଡ ଗଛର ତଳୁଆ ଡାଳେ।
ବିଲେଇ ଡେଉଁଛି ଲାଞ୍ଜକୁ ଛାଟି,
ମାଙ୍କଡଟା ଖିଙ୍କି କରୁଛି ପାଟି।
ହନୁମନ୍ତ ମୁହିଁ- କହେ ମାଙ୍କଡ,
ବାଘପରି ମୁହିଁ-ପୁଷିର ତୋଡ।
କଳିର କାରଣ ପଡୁନି ବୁଝା,
ଦେଖିଶୁଣି ସବୁ ନିଅନ୍ତି ମଜା।
ବିଲେଇକୁ ପଂଝେ ମତେଇଦେଲେ,
ମାଙ୍କଡକୁ ଦଳେ ଖତେଇହେଲେ।
କଳିଜାଗା ହେଲା ଭାରି ଗହଳି,
କଳିରେ ତ ଦୁହେଁ ଦୁହିଁଙ୍କୁ ବଳି।
ଏବେଳେ ବରଷା ଅଜାଡିଦେଲା,
ଦୁହିଁଙ୍କର କଳି ବିଗିଡିଗଲା।
ଦୁହେଁ ରହିଥିଲେ ଦୁହିଁଙ୍କୁ ଚାହିଁ,
କଳି ଭାବ ତାଙ୍କ ଗଲା ଉଭେଇ।
∎
ନୀଳାଦ୍ରିବିହାର
ଭୁବନେଶ୍ୱର-୨୧
ମୋ-୮୬୩୭୨୧୩୦୨୦

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
05-06-2026 / 11:59:32
ଭଲହେଇଛି କୋଳିର କବିତା।