କବିତା
ଦହିପଖାଳ

ତତଲା ଭାତ ଗରମ ଚାହା
ୠଚୁନି ଏବେ ଆଉ
ମନ ଲୋଡୁଛି ଦହିପଖାଳ
ଗ୍ରୀଷମ ଛୁଁ ଛୁଁ
ଗୋଟା କଲରା ଭଜା ସାଙ୍ଗକୁ
ଶାଗ ଓ ବଡିଚୁରା
କଷି ଆମ୍ବର ଛେଚା, ଭରତା
ଛତୁ ପତର ପୋଡା
ଆମ୍ବକଷିଆ କଟା ଅଦାରେ
ଦହିପଖାଳ ଭାତ
ଚିଙ୍ଗୁଡ଼ି ଛେଚା ପାଖରେ ଥିଲେ
ଚାଟି ଖାଇବ ହାତ
ଭାରି ସୁଆଦ ଚଟଣି କଲେ
ବାଇଗଣକୁ ପୋଡି
ଦି` ଥର ମାଗି ଖାଇବ ଚୁନା
ମାଛର ଚଡ଼ଚଡ଼ି
ଭେଣ୍ଡି ମସଲା ପୋଟଳ ଛଣା
ପାଟିରେ ଆଣେ ପାଣି
ଛୁଇଁ ଆଳୁର ଭଜା ସୁଆଦ
ପଖାଳ ନିଏ ଟାଣି
ପାଖୁଡେ ଓଲି ଚିମୁଟେ ଲୁଣ
ରାଗୁଆ ଲଙ୍କା ଆଣି
ଖାଇଲେ ମାଛ ଭଜାରୁ ଖଣ୍ଡେ
ଖରା ହୁଏନି ଜାଣି
ଦହିପଖାଳ ନାଁ ଟି ଶୁଣି
ଅରୁଚି ଯାଏ ଛାଡ଼ି
କାଟଇ ନାହିଁ ଦେହକୁ ଖରା
ପଳାଇ ଯାଏ ଚାଲି!! ∎
ୠଚୁନି ଏବେ ଆଉ
ମନ ଲୋଡୁଛି ଦହିପଖାଳ
ଗ୍ରୀଷମ ଛୁଁ ଛୁଁ
ଗୋଟା କଲରା ଭଜା ସାଙ୍ଗକୁ
ଶାଗ ଓ ବଡିଚୁରା
କଷି ଆମ୍ବର ଛେଚା, ଭରତା
ଛତୁ ପତର ପୋଡା
ଆମ୍ବକଷିଆ କଟା ଅଦାରେ
ଦହିପଖାଳ ଭାତ
ଚିଙ୍ଗୁଡ଼ି ଛେଚା ପାଖରେ ଥିଲେ
ଚାଟି ଖାଇବ ହାତ
ଭାରି ସୁଆଦ ଚଟଣି କଲେ
ବାଇଗଣକୁ ପୋଡି
ଦି` ଥର ମାଗି ଖାଇବ ଚୁନା
ମାଛର ଚଡ଼ଚଡ଼ି
ଭେଣ୍ଡି ମସଲା ପୋଟଳ ଛଣା
ପାଟିରେ ଆଣେ ପାଣି
ଛୁଇଁ ଆଳୁର ଭଜା ସୁଆଦ
ପଖାଳ ନିଏ ଟାଣି
ପାଖୁଡେ ଓଲି ଚିମୁଟେ ଲୁଣ
ରାଗୁଆ ଲଙ୍କା ଆଣି
ଖାଇଲେ ମାଛ ଭଜାରୁ ଖଣ୍ଡେ
ଖରା ହୁଏନି ଜାଣି
ଦହିପଖାଳ ନାଁ ଟି ଶୁଣି
ଅରୁଚି ଯାଏ ଛାଡ଼ି
କାଟଇ ନାହିଁ ଦେହକୁ ଖରା
ପଳାଇ ଯାଏ ଚାଲି!! ∎
ମୋ -9437000636

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
01-06-2026 / 16:31:06
ଦହି ପଖାଳର ଆନୁସଙ୍ଗିକ ବ୍ୟଞ୍ଜନ ସବୁ ଆଖି ଆଗକୁ ଆସି ପାଟିରେ ପାଣି ଆସି ଯାଉଛି। ସୁନ୍ଦର କବିତା।ଧନ୍ୟବାଦ।
ଜୟନ୍ତ ଓଝା
01-06-2026 / 15:28:41
କବିତାଟି ଭଲ ଲାଗୁଛି। ବାଇଗଣ ଚଟଣି ନକରି ଯଦି ଭରତା କରିନ୍ତେ ଭଲ ହୁଅନ୍ତା।
ଡ. ବିଜୟା ପାତ୍ର
01-06-2026 / 09:12:53
ଦହି ପଖାଳ ତାର ଆନୁଷଂଗିକ ଖାଦ୍ଯର ତାଲିକା ଭୋକ କୁ ବଢାଇ ଦେଉଛି। ଭଲ ଲାଗିଲା। ଧନ୍ଯବାଦ।