Skip to content
ଶିଶୁ କିଶୋର

କବିତା

ପୂଜା ଆସିଲା

ପୂଜା ଆସିଲା

ବରଷକ ପରେ ଆସିଲାରେ ପୂଜା ଆସିଲା,
ମାମା, ଅଂଶୁ ମନ ଆନନ୍ଦରେ ନାଚି ଉଠିଲା ll

ଆକାଶେ ବଉଦ ଭେଳା ଭେଳା ହୋଇ ଭାସିଲା,
ଟପର ଟପର ଆକାଶୁ କାକର ପଡିଲା ll

କାଶତଣ୍ଡୀ ଫୁଲ ସବୁଜ ବହଳ ଗଦିରେ,
ଫୁଟି ଖେଳୁ ଅଛି ନିତି ନଈ ପଠା ଧାରରେ ll

ଦିଶୁଛି ସୁନ୍ଦର ବିଲ, ବଣ ଆଉ ପଡିଆ,
ଦଶରା ମେଢ଼ ତ ଦେଖିବାକୁ କେତେ ବଢିଆ ll

ଘରେ ଘରେ କେତେ ଭାସୁଅଛି ପିଠା ପଣାରେ,
ଆମ ମାମା, ଅଂଶୁ ଖାଆନ୍ତି ହରଷ ମନରେ ll

ମଜା ତ କରନ୍ତି ପିଲାଏ ଦଶରା ବଜାରେ,
ବୁଲନ୍ତି ସଭିଏଁ କେତେ ସାଙ୍ଗ ସାଥି ମେଳରେ ll

∎

କବି କୁଟୀର, ସା/ପୋ =ଡଇଁଚା, ଭାୟା -ରେଢ଼ାଖୋଲ, ଜି -ସମ୍ବଲପୁର, ପିନ -768106 ମୋ -7077579317

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ସ୍ବାମୀ ପ୍ରତ୍ୟେକ ଚୈତନ୍ୟ

07-10-2025 / 16:42:51

ଅତ୍ଯୁ୍ତ୍ତମମ୍

ମୋହନ କୁମାର ସ୍ୱାଇଁ

02-10-2025 / 22:00:49

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ବୃନ୍ଦାବନ କୁମାର

01-10-2025 / 17:15:43

ଅତି ସୁନ୍ଦର ଲେଖା

ଲକ୍ଷ୍ମୀଧର ନାୟକ

01-10-2025 / 10:58:26

ଅତି ସୁନ୍ଦର

ଲକ୍ଷ୍ମୀଧର ନାୟକ

01-10-2025 / 10:57:59

ଅତି ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion