Skip to content
ଶିଶୁ କିଶୋର

କବିତା

ଶୀତର ଗୀତ

ଶୀତର ଗୀତ

ଶିରି ଶିରି ଵାଆ ବହିଲା
ଥିରି ଥିରି ଦେହ ଥରିଲା
ଥୁରୁ ଥୁରୁ ହୋଇ ବୁଢାଟି କହିଲା
ଥରି ଥରି ଶୀତ ଆସିଲା।

ଗୁଣୁ ଗୁଣୁ ହୋଇ ଭଅଁର
ଗୀତ ଗାଇ ଗାଇ ଶୀତର
ଫୁଲେ ଫୁଲେ ବସି ମଧୁ ନେଇ ଶୋଷି
ଦେଖାଏ କେଡେ ସେ ଚାତର।

ଖିଲି ଖିଲି ହସି ସୂରୁଜ
ବୁଣି ବୁଣି ନାଲି ମୁରୁଜ
କହେ ଉଠି ଆସ ଶୀତର ଶେଯରୁ
ଟିକି ଟିକି ଶିଶୁ ଫଉଜ।

କାଆ କାଆ କାଉ ରାବିଲା
ନଇଁ ନଇଁ ଚାଷୀ ଧାଇଁଲା
ଶୀତକୁ ତିଳେ ସେ ଖାତିରି ନକରି
ବେଉଷଣ ପାଗ ଭିଡିଲା।

ଚିକି ମିକି ଦିଶେ ଶିଶିର
ଫିକି ଫିକି ହସେ ମଧୁର
ସୂରୁଜ କିରଣେ ମୁକୁତା କୁ ଜିଣି
ଝଟକେ ସେ କେଡେ ସୁନ୍ଦର।

କୁନା ମୁନା ଟୁନା ମିଳିଲେ
ଗାଁ ଦାଣ୍ଡେ ନିଆଁ ଜାଳିଲେ
ଗରମ ପୋଷାକ ଦେହେ ପିନ୍ଧି ହୋଇ
ଗୀତର ଲହରୀ ତୋଳିଲେ।

ସମ୍ପାଦକ- କଳାମାଣିକ
ବରଗଡ଼ -୭୬୮୦୨୮
ଭ୍ରାମ୍ୟଭାଷ- ୯୮୬୧୦୮୯୩୪୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion