କବିତା
ତୁମ ପରି ପିଲାଟିଏ

ତୁମ ପରି ଥିଲା ପିଲାଟିଏ
ବିଦ୍ୟାଳୟରେ ପଢଇ ସିଏ
ପାଠ ପଢାରେ ଦେଲେ ବି ମନ
ମନେ ନ ରଖି ପାଶୋରି ଦିଏ।
ଆସିଥିଲେ ଦିନେ ପରିଦର୍ଶକ
ପଚାରିଲେ ପ୍ରଶ୍ନ, ପିଲେ! ଉତ୍ତର ଲେଖ।
ଲେଖିଲେ ସବୁ ମନ ଲଗାଇ
ବାପୁଙ୍କୁ ଉତ୍ତର ନ ଆସଇ।
ଭାବି ଭାବି କେତେ ଗଲେ ସେ ଥକି
ଉତ୍ତର ନ ପାଇ ହେଲେ ଯେ ଦୁଃଖି।
ଗୁରୁଜୀ ଠାରିଲେ ଚାହିଁ ବାପୁଙ୍କୁ
ଡେରି ନ କରି ଲେଖିବ ସବୁ,
ପାଖ ପିଲା ଠାରୁ ଦେଖି ଉତ୍ତର
ଲେଖ ସଅଳ ନ କରି ଉଛୁର।
ହେଲେ! ଦେଖି ଲେଖିବା ଚୋରି ସମାନ
ଏହା ଭାବି ବାପୁ ଦେଲେ ନି ମନ।
ଗୁରୁଜୀ କହିଲେ ଏ କିସ କଲୁ!
ଉତ୍ତର ଦେଖି କି ନ ଲେଖିଲୁ?
ବାପୁ କହିଲେ ସାହସ କରି
ସତ କଥାରେ ଡର କିମ୍ପାଇ!

ଲେଖା ସମ୍ପର୍କୀୟ ମତାମତ