କବିତା
ଝିଇକି ଝିକା

ଝିଇକି ଝିକା, ଝିକେଇ ଝିକା
ବାପା ସାଥେ ମିକୁ ବଜାରକୁ ଗଲା
ଦେଖିଲା ପତାକା ହେଉଛି ବିକା ।
ଝିଇକି ଝିକା, ଝିକେଇ ଝିକା
ଅଜା ଡାକଦେଲେ ଶୁଣ ଆରେ ମିକୁ
ପତାକାର କଥା ସଭିଙ୍କୁ ଶିଖା ।
ଝିଇକି ଝିକା, ଝିକେଇ ଝିକା
ଦୁଇଶ` ବରଷ ଶାସନ କରିଲେ
ବିଦେଶୀ ଆମକୁ ବନେଇ ବୋକା ।
ଝିଇକି ଝିକା, ଝିକେଇ ଝିକା
ସେଦିନ ଗଲାଣି, ଆସ ଏବେ ଆମେ
ସୁନାର ଭାରତ ଗଢିବା ଏକା ।
ଝିଇକି ଝିକା, ଝିକେଇ ଝିକା
ଗାନ୍ଧି,ଗୋପବନ୍ଧୁ ଆଦର୍ଶେ ଚଳିବା
ସମ୍ମାନ ତାଙ୍କର ନକରି ଫିକା ।
ଝିଇକି ଝିକା , ଝିକେଇ ଝିକା
ଏ ପତାକା ପାଇଁ କେତେ କଷ୍ଟ ସହି
ପିନ୍ଧିଲେ ଶେଷରେ ବିଜୟ ଟୀକା ।
ଝିଇକି ଝିକା, ଝିକେଇ ଝିକା
ଆମରି ଦେଶର ଗୌରବ ତ୍ରିରଙ୍ଗା
କରିବା ତାହାର ସମ୍ମାନ ରକ୍ଷା ।
ଝିଇକି ଝିକା, ଝିକେଇ ଝିକା
ଜାତିର ସମ୍ପତ୍ତି ଜାତିର ଗରବ
ଏଇକଥା ମାନି ଚଳିବା ପକ୍କା ।
∎
ଶୁଶୁଡା, ଆଙ୍କୁଲା, ଅନୁଗୋଳ
ମୋ- 7978087891
ପିନ୍ - 759132

ଲେଖା ସମ୍ପର୍କୀୟ ମତାମତ
Niranjan Pati
31-01-2025 / 10:37:42
ସୁନ୍ଦର ଭାବ ବ୍ୟଞ୍ଜକ ସୃଜନଶୀଳ ଶିଶୁ କିଶୋର ମନଲାଖି କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି । ଜୟ ଜଗନ୍ନାଥ ।