କବିତା
ମିଠା ମହକ : ଜୀବନ ଫୁଲ

କାହାର ଦୁଃଖ ଦେଖିଲେ ଥରେ
ଛାତିରେ ଉଠେ କୋହ
ଆପଣା ଛାଏଁ ଖସି ପଡଇ
ଆଖିରୁ ଧାରେ ଲୁହ ||
ସ୍ନେହ ପ୍ରେମର ଝରଣା ବୋହେ
ଦୁନିଆଛାତି ପରେ
ମିଠା ମହକ ବଚନ ଶୁଣି
ଦୁଃଖ ଆବେଗ ସରେ ||
ମରମତଳେ ସବୁରି ପାଇଁ
ସମବେଦନା ରଖି
କରିଲେ ହିତ ପୁଲକେ ଚିତ୍ତ
ଛୁଟଇ ମନପକ୍ଷୀ ||
ଦୁନିଆହିତ ସାଧିଲେ ପାଏ
ମଣିଷ ଦିନେ ପୂଜା
ନଥାଏ ଶିରେ ମୁକୁଟ ସିଏ
ହୁଏ ରାଇଜ ରାଜା ||
ମହକି ଉଠେ ଜୀବନଫୁଲ
ଜଗତ ହୁଏ ଖୁସୀ
ସରଗୁ ପୁଣି ଧରଣୀ କୋଳେ
ପଡ଼ଇ ସୁଧା ଖସି ||
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ପତି
28-02-2025 / 13:14:23
ବହୁତ ସୁନ୍ଦର ଭାବ ବ୍ୟଞ୍ଜକ କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ଜୟ ଜଗନ୍ନାଥ ।
ଜୟକୃଷ୍ଣ ସାହୁ
05-02-2025 / 20:00:28
କବିତାଟି ଭଲଲାଗିଲା। ଧନ୍ୟବାଦ।